ଗୋଡ଼ରେ ବିସ୍କୁଟ ଖାଉଥିବା ବେଳେ ଝିଅର ଭିଡିଓ ଶେୟାର କଲେ ଫରାହ ଖାନ୍‌, କ୍ୟାପସନ ଲେଖିଲେ, ‘ଏହାର ନକଲ କରିବାକୁ ଜମା ବି ଚେଷ୍ଟା କରନ୍ତୁନି’

ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଫରାହ ଖାନ୍‌ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଝିଅ ସୋଫା ଉପରେ ଶୋଇ ଗୋଡ଼ରେ ବିସ୍କୁଟ ଖାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସହିତ ଫରାହ କ୍ୟାପ୍‌ସନ ଲେଖିଥିଲେ ଯେ ‘ନିଜର ମନୋରଞ୍ଜନ କରି ଚାଲିବା ବହୁତ ଜରୁରୀ। ଅନ୍ୟା ବି ଏମିତି କରୁଛି। ଏହାକୁ ଘରେ କରିବା ପାଇଁ ଚେଷ୍ଟା କରିବେ ନାହିଁ, ସେ ଜଣେ ପ୍ରଶିକ୍ଷିତ ବେଲି ଡ୍ୟାନ୍ସର’।

a2

ଫରାହଙ୍କ ଏହି ଭିଡିଓକୁ ଦେଖିବା ପରେ ଅଧିକରୁ ଅଧିକ ୟୁଜର ତାଙ୍କ ଝିଅର ପ୍ରଶଂସା କରିଛନ୍ତି। ଏହା ଉପରେ ଅଭିନେତା ରିତେଶ ଦେଶମୁଖ କହିଥିଲେ, ‘ଫାରୁ, ମୁଁ ଚାହୁଁଛି କି ତୁମେ ବି ଏମିତି କରିବାକୁ ଚେଷ୍ଟା କର’। ଏହାର ଉତ୍ତର ଦେବାକୁ ଯାଇ ଫରାହ କହିଥିଲେ, ରିତେଶ ତୁମକୁ କ’ଣ ଲାଗୁଛି, ତାକୁ ଏମିତି କରିବା କିଏ ଶିଖେଇଛି’?

 

View this post on Instagram

 

Keeping ourselves entertained is very important!! #Anya to the rescue 😂do not try this at home she s a trained ballerina

A post shared by Farah Khan Kunder (@farahkhankunder) on

ସେହିପରି ଆକ୍ଟର ସୋନୁ ସୁଦ୍‌ ମଧ୍ୟ ଫନି କମେଣ୍ଟ କରି ଲେଖିଥିଲେ, ‘କାନୁନ କା ହାଥ୍‌ ଔର୍‌ ଅନ୍ୟା କୀ ଲାତ୍‌, ଦୋନା ବହୁତ ଲମ୍ବେ ହୈ ଭୈୟା’। ଟିଭି ହୋଷ୍ଟ ମିନି ମାଥୁର ଝିଅର ପ୍ରଶଂସା କରି କହିଥିଲେ, ‘ଓଃ ମାଇଁ ଗଡ୍‌! ସିଧା ବୋଲଶୋଇ ବ୍ୟାଲେଟ୍‌(ଏକ ପ୍ରକାର ଡ୍ୟାନ୍ସ ଫର୍ମ)’। ଏହାଛଡ଼ା ଆକ୍ଟ୍ରେସ୍‌ ହୁମା କୁରେସି, କୋରିଓଗ୍ରାଫର ଗୀତା କପୁର, ଅନିଲ କପୁରଙ୍କ ସ୍ତ୍ରୀ ସୁନିତା କପୁର ମଧ୍ୟ ମଜାଦାର କମେଣ୍ଟ କରି ଅନ୍ୟାଙ୍କ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.