Below header

କେଭିନ ପିଟରସନଙ୍କ ପାନ୍‌କାର୍ଡ ହଜିଲା, ମୋଦିଙ୍କୁ ଟ୍ଵିଟ୍‌ କରି ମାଗିଲେ ସାହାଯ୍ୟ

ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ନିଜ ଟ୍ଵିଟର ପେଜରେ ମୋଦିଙ୍କୁ ଅନୁରୋଧ କରିଥିଲେ ପିଟରସନ୍ ଯାହା ବେଶ ଭାଇରଲ ହୋଇଥିଲା । ଭାରତରେ ନିଜର ପାନ୍‌ କାର୍ଡ ହଜାଇଥିବା ଯୋଗୁଁ ଟ୍ଵିଟ କରିଛନ୍ତି । ପାନ୍‌ କାର୍ଡ ଖୋଜିଦେବା ପାଇଁ ସମଗ୍ର ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଏହା ସହିତ ଏହି ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

ଉଭୟ ହିନ୍ଦି ଏବଂ ଇଂରାଜୀ ଭାଷାରେ ପିଟରସନ୍ ଟ୍ୱିଟ୍ କରିଥିଲେ । ଟ୍ଵିଟ୍‌ କରି ଲେଖିଛନ୍ତି ‘ ଭାରତ ବାସୀ ଆପଣଙ୍କୁ ମୋର ଅନୁରୋଧ ଆପଣ ମୋର ପାନ୍‌ କାର୍ଡ ଖୋଜି ଦିଅନ୍ତୁ । ଏହା ସହିତ କିଭଳି ଆଉ ଏକ ପାନ କାର୍ଡ ଆପ୍ଲାଏ କରି ପାରିବେ ସେ ନେଇ ମଧ୍ୟ ପିଟରସନ୍ ଲେଖିଛନ୍ତି । ଏହି ଟ୍ୱିଟର ଜବାବ ରଖିଥିଲା ଆୟକର ବିଭାଗ । ନିଜର ପାନ୍‌କାର୍ଡ ଡିଟେଲ୍ସ ଆପଣ ଆମକୁ ମେସେଜ କଲେ ଆମେ ଏହାକୁ ପ୍ରିଣ୍ଟ କରିପାରିବ ।

ସୂଚନାଯୋଗ୍ୟ, ଏବେ ପିଟରସନ କମେଣ୍ଟ୍ରି ଯୋଗୁଁ ଅଧିକାଂଶ ସମୟ ଭାରତରେ ରହୁଛନ୍ତି। ଏହାଛଡା ଆସାମରେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.