କରୋନା ପାଇଁ ଭାରତରେ ଲଞ୍ଚ ହେଲା ଫାବି ସ୍ପ୍ରେ, ବ୍ୟବହାର କଲେ କୋଭିଡ୍ ରିପୋର୍ଟ ଆସିବ ନେଗେଟିଭ

SaNOtize ସହ ବୁଝାମଣା କରି କୋଭିଡ୍-୧୯ ର ଉପଚାର ପାଇଁ ଗ୍ଲେନମାର୍କ ଭାରତରେ ଲଞ୍ଚ କରିଛି ଫାବି ନାସାଲ ସ୍ପ୍ରେ । ତେବେ ଏହା ପୂର୍ବରୁ ନାସାଲ ଡ୍ରପ୍ ମଧ୍ୟ ଆସିସାରିଛି। ଫାବି ସ୍ପ୍ରେ ହେଉଛି ଏକ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ (NONS), ଯାହା ବାୟୁରେ COVID-19 ଜୀବାଣୁକୁ ମାରିବା ପାଇଁ ତିଆରି କରାଯାଇଛି।

ଏହାକୁ SARS-CoV-2 ଉପରେ ପରୀକ୍ଷଣ କରାଯାଇଥିଲା। ଏହା ସିଧାସଳଖ ଭାଇରସ ଉପରେ ପ୍ରଭାବ ପକାଇଥିବା ଜଣାପଡ଼ିଛି। ଏହା ସହିତ ଆଣ୍ଟି-ମାଇକ୍ରୋବାୟାଲ୍ ମଧ୍ୟ ଏଥିରେ ରହିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଏବଂ କାନାଡାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ SaNOtize ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍, କରୋନାରେ ଆକ୍ରାନ୍ତ ହୋଇଥିବା ଥିବା ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଫାବି ସ୍ପ୍ରେ ଲଞ୍ଚ କରିଛି।

FabiSpray
Picture Credit – Business Today

ଯେଉଁମାନଙ୍କର କୋଭିଡ୍ ହେବାରେ ଆଶଙ୍କା ଅଧିକ ଥାଏ ଓ ସାମାନ୍ୟ ଥଣ୍ଡା ଜ୍ବର ଆରମ୍ଭ ହୁଏ ସେମାନେ ମଧ୍ୟ ଏହା ବ୍ୟବହାର କରିପାରିବେ। ଏହା ସଂକ୍ରମଣକୁ ବ୍ୟାପିବାରେ ମଧ୍ୟ ରୋକିଥାଏ। ଏହାକୁ ନାକ ଉପରେ ସ୍ପ୍ରେ କରାଯିବା ସମୟରେ ହିଁ ଏହା ଜୀବାଣୁ ବିରୁଦ୍ଧରେ କାମ କରିବା ଆରମ୍ଭ କରିଦିଏ। କରୋନା ଭାଇରସକୁ ଏହା ଫୁସଫୁସକୁ ଯିବା ପାଇଁ ରୋକିଥାଏ, ଯାହାଦ୍ବାରା ଏହି ଭାଇରସ ଫୁସଫୁସକୁ ଆକ୍ରାନ୍ତ କରିପାରେ ନାହିଁ।

ଗ୍ଲେନମାର୍କ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ NONS ନାସାଲ୍ ସ୍ପ୍ରେ ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମୋଦନ ଗ୍ରହଣ କରିଛି। ଭାରତର ୨୦ ଟି କ୍ଲିନିକାଲ୍ ସାଇଟରେ ୩୦୬ ଜଣ କୋଭିଡ ରୋଗୀଙ୍କ ଉପରେ ଏହି ସ୍ପ୍ରେ ବ୍ୟବହାର କରାଯାଇ ୩ ଟି ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ସଫଳ ହୋଇଥିଲା। ସେମାନଙ୍କ ମଧ୍ୟରେ ବୟସ୍କ ରୋଗୀ ମଧ୍ୟ ଥିଲେ ।

ତେବେ ଏହି ନାସାଲ୍ ସ୍ପ୍ରେ ବ୍ୟବହାର କରିବା ସମୟରେ ସାଧାରଣ ଭାବେ ସଚେତନ ରହିବା ଦରକାର୍। କାରଣ ଏହା ଆଖିରେ ପଡ଼ିଯିବାର ସମ୍ଭାବନା ଅଛି। ଏହା ଭାଇରାଲ ଇନ୍ଫେକସନଠାରୁ ମଧ୍ୟ ରକ୍ଷା କରିବ । ଏହି ସ୍ପ୍ରେ ଦ୍ଵାରା SARS-Cov-2 ଜୀବାଣୁର ୯୯.୮% ମାରିବା ପ୍ରମାଣିତ ହୋଇଛି । ଏହା ପ୍ରାୟ କରୋନାର ସବୁ ପ୍ରକାର ଭାଇରସକୁ ମାତ୍ ଦେଉଥିବା ପରୀକ୍ଷଣରୁ ଜଣା ପଡ଼ିଛି।

ଅଧ୍ୟୟନର ମୂଖ୍ୟ ଅନୁସନ୍ଧାନକାରୀଙ୍କ ମଧ୍ୟରୁ ଡକ୍ଟର ଶ୍ରୀକାନ୍ତ କୃଷ୍ଣମୂର୍ତ୍ତି ମନ୍ତବ୍ୟ ଦେଇଛନ୍ତି, “ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ଭାଇରାଲ୍ ଫିଭର ମଧ୍ୟ ଠିକ୍ କରୁଛି।
ଏହାକୁ ସଂକ୍ରମଣର ଆରମ୍ଭରୁ ହିଁ ବ୍ୟବହାର କଲେ ଆରଟି- PCR ଟେଷ୍ଟ ମଧ୍ୟ ନେଗେଟିଭ ଆସିବ।

ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ରବର୍ଟ କ୍ରୋକର୍ଟ କହିଛନ୍ତି, “ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ (ଫାବି ସ୍ପ୍ରେ) କୋଭିଡ୍ ପାଇଁ ବ୍ୟବହାର କରିବା ନିରାପଦ ଏବଂ ପ୍ରଭାବଶାଳୀ ମଧ୍ୟ।

ତେବେ ବର୍ତ୍ତମାନ ଏହି ନାସାଲ ସ୍ପ୍ରେ କରୋନା ଚିକିତ୍ସା ପାଇଁ ସିଙ୍ଗାପୁର, ମାଲେସିଆ, ହଂକଂ ସମେତ ଅନ୍ୟ ଏସୀୟ ବଜାରରେ ଉପଲବ୍ଧ। ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେକୁ ବର୍ତ୍ତମାନ ତାଇୱାନ, ନେପାଳ , ବ୍ରୁନେଇ, କାମ୍ବୋଡିଆ, ଲାଓସ, ମିଆଁମାର, ଶ୍ରୀଲଙ୍କା, ତିମୋର-ଲେଷ୍ଟେ ଏବଂ ଭିଏତନାମରେ ବିକ୍ରି କରାଯାଉଛି। ଏହା ଛଡା ଫାବି ସ୍ପ୍ରେକୁ ଭାରତୀୟ ମାର୍କେଟରେ ମଧ୍ୟ ବିକ୍ରି କରାଯିବା ପାଇଁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.