BWF ଓ୍ଵାଲର୍ଡ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କାଦମ୍ବି ଶ୍ରୀକାନ୍ତ

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି କାଦମ୍ବି ଶ୍ରୀକାନ୍ତ BWF ଓ୍ଵାଲର୍ଡ ଚାମ୍ପିଅନସିପ ୨୦୨୧ ଫାଇନାଲରେ ପ୍ରବେଶ କରିଛନ୍ତି। ଏମିତି କରିବାରେ ସେ ପ୍ରଥମ ଭାରତୀୟ ଭାବେ ଚାମ୍ପିଅନସିପ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ଫାଇନାଲରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ସେନଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। BWF ଓ୍ଵାଲର୍ଡ ଚାମ୍ପିଅନସିପର ସିଙ୍ଗଲ ପୁରୁଷ ବର୍ଗ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ଖେଳାଳି।

ଶ୍ରୀକାନ୍ତ ଏକ ରୋମାଞ୍ଚକ ମ୍ୟାଚରେ ୨୦ ବର୍ଷୀୟ ଲକ୍ଷ୍ୟ ସେନଙ୍କୁ ୧୭-୨୧, ୨୧-୧୪, ୨୧-୧୭ରେ ମାତ୍‌ ଦେଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶ୍ରୀକାନ୍ତ ଏବେ ଦ୍ୱିତୀୟ ସେମିଫାଇନାଲ ପାଇଁ ଫାଇନାଲିଷ୍ଟ ସହିତ ଗୋଲ୍ଡ ପାଇଁ ମ୍ୟାଚ ଖେଳିବେ। ଶ୍ରୀକାନ୍ତ ଡେନମାର୍କର ଏଣ୍ଡର୍ସ ଏଣ୍ଟୋନସେନ ଏବଂ ସିଙ୍ଗାପୁରର ଲୋହ କୀନ ୟୁ ସହିତ ଖେଳିବେ।

ସେମିଫାଇନାଲ ମ୍ୟାଚରେ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ ଶ୍ରୀକାନ୍ତଙ୍କୁ ପ୍ରଥମ ସେଟ୍‌ରେ ୧୧-୮ ମାତ୍‌ ଦେଇଥିଲେ। ଯାହା ପରେ ଶ୍ରୀକାନ୍ତ ୧୭-୧୭ରେ ଦ୍ୱିତୀୟ ସେଟ୍‌ ଖେଳିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁକ୍ରବାର ଦିନ ଶେଷ ୪ରେ ସ୍ଥାନ ବନାଇବା ପାଇଁ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ ଝାଓ ଜୁନ ପେଙ୍ଗଙ୍କୁ ହରାଇଥିଲେ। ୧ ଘଣ୍ଟା ୭ ମିନିଟରେ ଚୀନ ଖେଳାଳିଙ୍କୁ ୨୧-୧୫, ୧୫-୨୧, ୨୨-୨୦ ସେଟ୍‌ରେ ହରାଇଥିଲେ। ଶ୍ରୀକାନ୍ତ ମାର୍କ କେଲଜଓ୍ଵଙ୍କୁ ହରାଇ ଚାମ୍ପିଅନସିପର ସେମିଫାଇନାଲରେ ପ୍ରବେଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.