Below header

ଦେଶର କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି କିଟ୍‌, ଏଆଇସିଏଫର ବିଭିନ୍ନ କାର୍ଯ୍ୟକ୍ରମର କରିପାରିବ ଆୟୋଜନ

ଦେଶର ପ୍ରଥମ ତଥା ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଭାବେ ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌)ର ଅନୁବଂଧିତ ହୋଇଛି କିଟ। ଏଆଇସିଏଫ୍‌ର କାର୍ଯ୍ୟକାରିଣୀ ପରିଷଦ ବୈଠକର ଅନୁମୋଦନ ପରେ ରବିବାର ଏହାର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ମଧ୍ୟ ଏହି ଅନୁବଂଧନ ଉପରେ ମୋହର ଲଗାଇଛି।

ଭୁବନେଶ୍ଵର (କେନ୍ୟୁଜ): ଦୀର୍ଘ ୧୫ ବର୍ଷ ଧରି ଚେସର ପ୍ରସାର ପ୍ରଚାର କରି ଆସୁଥିବା କିଟକୁ କ୍ରୀଡା କ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା। ଦେଶର କ୍ରୀଡ଼ା ଇତିହାସରେ ନୂଆ ଫର୍ଦ ଯୋଡ଼ିଛି କିଟ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ପ୍ରଥମ ତଥା ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଭାବେ ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌)ର ଅନୁବଂଧିତ ହୋଇଛି କିଟ। ଏଆଇସିଏଫ୍‌ର କାର୍ଯ୍ୟକାରିଣୀ ପରିଷଦ ବୈଠକର ଅନୁମୋଦନ ପରେ ରବିବାର ଏହାର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ମଧ୍ୟ ଏହି ଅନୁବଂଧନ ଉପରେ ମୋହର ଲଗାଇଛି। ଏହି ଅନୁବଂଧନ ଫଳରେ କିଟ୍‌ ଏବେ ସିଧାସଳଖ ଭାବେ ଗ୍ରାଣ୍ଡମାଷ୍ଟର ପ୍ରତିଯୋଗିତା ସହିତ ସର୍ବଭାରତୀୟ ଚେସ୍‌ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିପାରିବ।

ଏହି ଐତିହାସିକ ଅନୁବଂଧନ ପାଇଁ ଫିଡେ ଉପଦେଷ୍ଠା ବୋର୍ଡ ଅଧ୍ୟକ୍ଷ ତଥା ଏସୀୟ ଚେସ୍‌ ସଂଘର ଡେପୁଟି ସଭାପତି ଭରତ ସିଂହ ଚୌହାନ ଏବଂ ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତିଙ୍କୁ କିଟ୍‌ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୃତଜ୍ଞତା ଜଣାଇଛନ୍ତି। ଏଣିକି ଓଡିଶାରେ ଚେସ୍‌କୁ ଅଧିକ ସମର୍ଥନ ମିଳିବ ଏବଂ ଓଡ଼ିଶାକୁ ଦେଶର ଏକ ନମ୍ବର ଚେସ୍‌ ରାଜ୍ୟରେ ପରିଣତ କରିବା ଦିଗରେ ଉତ୍ସାହ ମିଳିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ 2011 ରୁ ଫିଡେ ପକ୍ଷରୁ ଭାରତୀୟ ଚେସ ସଂଘ ଆନୁକୁଲ୍ୟରେ KIIT & KISS ରେ ପ୍ରଥମ ଥର ପାଇଁ ଚେସ୍ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.