Below header

ପ୍ରଥମ ଥର ଆଇପିଏଲ୍‌ରେ ଶୁଭିବ ଓଡିଆ: ଚଳିତ ସିଜିନ୍-୧୬ରେ ଆଙ୍କରିଂ କରିବେ ଓଡିଆ ଆଙ୍କର୍‌ ଲୋରିଆ ମହାନ୍ତି

ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି । ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ରେ ଯୋଗ୍ୟ ବିବେଚିତ ହୋଇଛନ୍ତି ଲୋରିଆ।

କେନ୍ୟୁଜ୍: ଲୋରିଆ ମହାନ୍ତି । ଓଡିଆ ଆଙ୍କର୍‌ ଭାବେ ସେ ବଶେ୍ ପରିଚିତ। ଓଡିଆ ଟିଭି ସୋ’ ହେଉ କି ରିୟାଲିଟି ସୋ’ ବିଭିନ୍ନ କାର୍ଯ୍ଯକ୍ରମରେ  ତାଙ୍କୁ ଆଙ୍କରିଂ କରିବାରେ ଆମେ ସଭିଏଁ ଦେଖିଛନ୍ତି। ତେବେ କଟକ ତ୍ରିଶୂଳିଆର ସୁମିତ୍‌ ଧାୱନ୍‌ଙ୍କ ପତ୍ନୀ ଲୋରିଆ  ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବାବେଳେ, ସେ ଚଳିତବର୍ଷ ଆଇପିଏଲ୍‌ ସିଜିନ୍-୧୬ରେ ଆଙ୍କରିଂ କରିବେ। ଓଡ଼ିଆ ଭାଷାରେ ଆଇପିଏଲ କମେଣ୍ଟ୍ରି କରିବେ ଲୋରିଆ।

ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ।

ଏହି ପ୍ୟା‌ନେଲ୍‌ରେ ଆଙ୍କର ଭାବରେ ନଜର ଆସିବେ କଟକ ଝିଅ ଲୋରିଆ। ଆଇପିଏଲ୍‌ରେ ଆଙ୍କରିଂର ସୁଯୋଗ ପାଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି ଲୋରିଆ। ସୂଚନାଯୋଗ୍ୟ, ଜିଓ ସିନେମା ଆପ୍‌ରେ ୧୨ଟି ଭା‌ଷାରେ ଏଥର ଆଇପିଏଲ୍‌ ପ୍ରସାରିତ ହେବାକୁ ରହିଛି।

ଅନ୍ଯପଟେ  ଇଣ୍ଡିଆନ ପ୍ରିମିୟର ଲିଗରେ ଏଥର କିଛି ନୂଆ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଆଇପିଏଲରେ ଓଡିଆ ଭାଷା ଶୁଣିବେ ଓଡିଶାବାସୀ ।  ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ସେଥିରେ ଆଙ୍କର ଭ‌ାବେ ନଜର ଆସିବେ ଲୋରିଆ।

ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ। ଏହାସହ ଇନିଂସ୍‌ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍‌ର ମଜା ନେବେ ଦର୍ଶକ। ଜିଓ ସିନେମା ଆପ୍‌ରେ ଆଇପିଏଲ୍‌ ସିଜିନ୍‌-୧୬କୁ ଦର୍ଶକମାନେ ଦେଖିପାରିବେ।

ଚଳିତବର୍ଷ ଆଇପିଏଲ୍‌ ସିଜିନ୍‌-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.