ଘରକୁ ଲକ୍ଷ୍ମୀ ଆସିବା ପରେ ରେକର୍ଡ କଲେ ବିରାଟ, ୯୦ ମିଲିୟନ ଫଲୋୟର୍ସ ହାସଲ କରିବାରେ ହେଲେ ଏସିଆର ପ୍ରଥମ ବ୍ଯକ୍ତି

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୨୦୨୧ ବର୍ଷ ବହୁତ ସ୍ବତନ୍ତ୍ର ଏବଂ ଖୁସିମୟ ରହିଛି। ଜାନୁଆରୀ ୧୧ରେ ବିରାଟ ଏବଂ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଜନକ ହୋଇଥିଲେ। ଘରକୁ ଲକ୍ଷ୍ମୀ ଆସିବା ପରେ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ଯା ଆହୁରି ବଢ଼ି ଯାଇଛନ୍ତି।

ବିରାଟ କୋହଲି ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ବହୁତ କମ୍ ସମୟ ମଧ୍ୟରେ ବିରାଟ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି।

 

View this post on Instagram

 

A post shared by Virat Kohli (@virat.kohli)

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମରେ ୯୦ ମିଲିୟନରୁ ଅଧିକ ଫଲୋଅର୍ସ ହୋଇଯାଇଛନ୍ତି। ଏହି ସଫଳତା ହାସଲ କରିଥିବା ବିରାଟ ହେଉଛନ୍ତି ଏକମାତ୍ର ଭାରତୀୟ। କେବଳ ଏତିକି ନୁହେଁ ସମଗ୍ର ଏସିଆରେ ଏବେ ସୁଦ୍ଧା କେହି ଏହା କରିପାରିନାହାଁନ୍ତି। ସେ ୯୦ ମିଲିୟନରୁ ଅଧିକ ଫଲୋଅର୍ସ ଥିବା ବିଶ୍ୱର ଚତୁର୍ଥ ଖେଳାଳି ହୋଇପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.