କୋହଲି ଦୁଇ ନମ୍ବରକୁ ଖସିଲେ

ମୁମ୍ବାଇ : ଭାରତ ଲର୍ଡ଼ସ ଟେଷ୍ଟରେ ଇଂଲଣ୍ଡ ଠାରୁ ଶୋଚନୀୟ ଭାବେ ହାରିବା ପରେ ଅଧିନାୟକ ବିରାଟ କୋହଲିଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ତଳକୁ ଖସି ଆସିଛନ୍ତି । ତାଙ୍କୁ ଶୀର୍ଷ ସ୍ଥାନରୁ ବେଦଖଲ କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ । ଦ୍ୱିତୀୟ ଟେଷ୍ଟରେ ମୋଟ୍ ୪୦ ରନ୍ କରିଥିଲେ କୋହଲି । ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ସ୍ମିଥ୍ ଏକ ବର୍ଷ ପାଇଁ କ୍ରିକେଟ୍ରୁ ବାସନ୍ଦ ହୋଇଛନ୍ତି । ତଥାପି ର୍ୟାଙ୍କିଙ୍ଗରେ ସେ କୋହଲିଙ୍କ ଠାରୁ ୧୦ ପଏଣ୍ଟ ଆଗରେ ଅଛନ୍ତି । ବୋଲିଂ ମାନ୍ୟତାରେ ରବୀନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ଅଛନ୍ତି । ଅବଶ୍ୟ ଜାଡେଜା ଇଂଲଣ୍ଡରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇ ନାହାନ୍ତି ।