IPL 2023 : ବିରାଟ ଓ ଫାପ୍ ଡୁପ୍ଲେସିସ୍ଙ୍କ କମାଲ, ହାଇଦ୍ରାବାଦକୁ ୮ ୱିକେଟ୍ରେ ହରାଇଲା ବାଙ୍ଗାଲୋର
ବିରାଟ କୋହଲିଙ୍କ ଶତକ ଓ ଡ୍ୟୁପ୍ଲେସିସଙ୍କ ୭୧ରନ୍ ବଳରେ ଜିତିଲା RCB । ୬୩ଟି ବଲ୍ ଖେଳି ୪ଟି ଛକା ଓ ୧୨ଟି ଚୌକା ସହ ଶତକ ହାସଲ କରିଥିଲେ ବିରାଟ କୋହଲି।
![rcb 2](https://knewsodisha.com/wp-content/uploads/2023/05/rcb-2.jpg)
ଆଇପିଏଲ୍ରେ ବିରାଟ କୋହଲିଙ୍କ ଦମ୍ଦାର ଶତକ । ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଲା ବାଙ୍ଗଲୋର। ବିରାଟ କୋହଲିଙ୍କ ଶତକ ଓ ଡ୍ୟୁପ୍ଲେସିସଙ୍କ ୭୧ରନ୍ ବଳରେ ଜିତିଲା RCB । ୬୩ଟି ବଲ୍ ଖେଳି ୪ଟି ଛକା ଓ ୧୨ଟି ଚୌକା ସହ ଶତକ ହାସଲ କରିଥିଲେ ବିରାଟ କୋହଲି। ଏହା ଆଇପିଏଲରେ ବିରାଟଙ୍କ ଷଷ୍ଠ ଶତକ । ବାଙ୍ଗାଲୋର ଆଗରେ ୧୮୭ ରନ୍ର ଟାର୍ଗେଟ ରଖିଥିଲା ସନ୍ରାଇଜର୍ସ ହାଇଦ୍ରାବାଦ । ଦମ୍ଦାର ଇନିଂସ ପାଇଁ ବିରାଟଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଆୱାର୍ଡ ମିଳିଛି ।ଏହି ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ICYMI!
A treat for the #RCB fans right here in Hyderabad.@imVkohli goes big with a maximum.#TATAIPL #SRHvRCB pic.twitter.com/KbojxpdFvG
— IndianPremierLeague (@IPL) May 18, 2023