ଆଜି ଲସିଥ୍ ମଲିଙ୍ଗା ଖେଳିବେ ନିଜର ଶେଷ ମ୍ୟାଚ୍, ବହୁ ସ୍ମରଣୀୟ ରେକର୍ଡ ରହିଛି ତାଙ୍କ ନାଁରେ

ନିଜର ଷ୍ଟାଇଲିଷ୍ଟ ବୋଲିଂ ଆକସନ ଏବଂ ହେୟାର ଷ୍ଟାଇଲ ସହିତ ସଠିକ୍ ୟାର୍କର ଫିଙ୍ଗୁଥିବା ଖେଳାଳି ଭାବରେ ପରିଚୟ ସ୍ରୁଷ୍ଟି କରିଛନ୍ତି ଶ୍ରୀଲଙ୍କାର ଲସିଥ୍ ମଲିଙ୍ଗା । ଶୁକ୍ରବାର ଅର୍ଥାତ ଆଜି ବାଂଲାଦେଶ ବିପକ୍ଷରେ କଲମ୍ବୋ ଠାରେ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି।  ଏହା ସହ ଘରୋଇ ଦର୍ଶକଙ୍କ ସାମ୍ନାରେ କ୍ରିକେଟକୁ ଅଲବିଦା କହିବେ।

ଏମିତି ଥିଲା ଅନ୍ତରାଷ୍ଟ୍ରୀୟ କ୍ୟାରିୟର

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳି ୨୦୦୪ରେ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଚଳିତ ବର୍ଷ ସେ ୟୁଏଇ ବିରୁଦ୍ଧରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ୧୫ ବର୍ଷର କ୍ରିକେଟ କ୍ୟାରିୟରରେ ମଲିଙ୍ଗା ୩୦ ଟେଷ୍ଟ ମ୍ୟାଚରେ ୧୦୧, ୨୨୫ ଦିନିକିଆରେ ୩୩୫ ଏବଂ ୭୩ ଟି-୨୦ ମ୍ୟାଚରେ ୯୭ ୱିକେଟ ହାସଲ କରିଛନ୍ତି। ସେ ପୂର୍ବରୁ ୨୦୧୧ରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିଲେ । ଏହାପରେ ସେ ଟି-୨୦ ଏବଂ ୱାନଡେ କ୍ରିକେଟ ଖେଳିବା ଚାଲୁ ରଖିଥିଲେ। ତାଙ୍କ ଅଧିନାୟକତ୍ବରେ ଶ୍ରୀଲଙ୍କା ୨୦୧୪ ମସିହାରେ ଟି-୨୦ ବିଶ୍ବକପ ବିଜେତା ଟ୍ରଫି ଜିତିଥିଲେ।

Sri Lanka Malingaଇଂଲଣ୍ଡ ବିପକ୍ଷରେ ରହିଥିଲେ ବିଜୟର ହିରୋ

ନିକଟରେ ଇଂଲଣ୍ଡରେ ଆୟୋଜିତ କ୍ରିକେଟ ବିଶ୍ୱକପ୍‌ରେ ମଲିଙ୍ଗା ନିଜ ଟିମର ସବୁଠାରୁ ସଫଳ ବୋଲର୍ ରହିଛନ୍ତି। ଲିଗରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରି ୪୩ ରନ ଦେଇ ୪ ୱିକେଟ ହାସଲ କରି ନିଜ ଟିମକୁ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। କ୍ୟାରିୟରର ଚତୁର୍ଥ ଏବଂ ଶେଷ ବିଶ୍ବକପରେ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଏହି ପ୍ରର୍ଦଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ବିଶ୍ବକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ସେ ୫୫ ରନ୍ କରି ତିନି ୱିକେଟ ହାତେଇ ଥିଲେ।

ଏହା ସହ ପଢ଼ନ୍ତୁ : ଆମେରିକାରେ ଗର୍ଜିଲେ ଇମରାନ୍ ଖାନ୍, କହିଲେ ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟ ଟିମ ହେବ ପାକିସ୍ତାନ୍

malingaଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଖଲ କରିଥିଲେ ୪ଟି ବଲରେ ୪ ୱିକେଟ

ବିଶ୍ବକପ୍ ଇତିହାସରେ ମଲିଙ୍ଗାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସ୍ରୁଷ୍ଟି ହେଲା। ପ୍ରଥମ ଥର ପାଇଁ ୨୦୦୭ ବିଶ୍ବକପରେ ସେ ଏପରି ଛାପ ଛାଡିଥିଲେ ଯେ ଯାହାର ଚମକ ୧୨ ବର୍ଷ ପରେ ମଧ୍ୟ ଫିକା ପଡିନଥିଲା। ୨୦୦୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ ମୁକାବିଲାରେ ସେ ଚାରି ବଲରେ ଚାରିଟି ୱିକେଟ ନେଇ ଚହଳ ସ୍ରୁଷ୍ଟି କରିଥିଲେ।

ବିଶ୍ବକପରେ ଦୁଇଟି ହ୍ୟାଟ୍ରିକ ନେଇଥିବା ଏକମାତ୍ର ବଲର୍

ଲସିଥ୍ ମଲିଙ୍ଗା ବିଶ୍ବକପ ଇତିହାସରେ ଦୁଇ ଥର ହ୍ୟାଟ୍ରିକ ନେଇଥିବା ଏକମାତ୍ର ବଲର ଅଟନ୍ତି। ମଲିଙ୍ଗା ୨୦୦୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାରି ବଲରେ ୪ ୱିକେଟ ନେବା ପରେ ୨୦୧୧ରେ କେନିୟା ବିପକ୍ଷରେ ହ୍ୟାଟ୍ରିକ ନେବାର କାରନାମା ଦେଖାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.