ମୃତଦେହରୁ ଆଖି ଗାଏବ ଘଟଣା, ଆସିଲା ୨ ମୃତକଙ୍କ ପୋଷ୍ଟମୋର୍ଟମ ରିପୋର୍ଟ

ଅନୁଗୁଳ(କେନ୍ୟୁଜ୍): ଚୋରି ହୋଇନି ଆଖି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବାଗାରରୁ ମୃତଦେହରୁ ଆଖି ଗାଏବ ଘଟଣାରେ ଆସିଲା ୨ ମୃତକଙ୍କ ପୋଷ୍ଟମୋର୍ଟମ ରିପୋର୍ଟ। ସେପ୍ଟିସେମିଆ ରୋଗରୁ ଶିଶୁର ଆଖି ନଷ୍ଟ ହୋଇଛି। ସେହିପରି ଦୁର୍ଘଟଣା ଯୋଗୁ ଯୁବକର ଆଖି ନଷ୍ଟ ହୋଇଥିବା ପୋଷ୍ଟମୋର୍ଟ ରିପୋର୍ଟର ସ୍ପଷ୍ଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଲାଗ ଦୁଇ ଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରୁ ମୃତଦେହରୁ ଆଖି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖା ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.