ଆଜି ସିଡନିରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ବେଣ୍ଟି

ଆଜି ସିଡନିରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ବେଣ୍ଟି । ଭାରତୀୟ ସମୟ ୧ଟା ୨୦ରେ ଖେଳାଯିବ ମ୍ୟାଚ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟି ଟ୍ବେଣ୍ଟିକୁ କଙ୍ଗାରୁ ଦଳ ଜିତିବା ପରେ ମେଲବୋର୍ଣ୍ଣରେ ଦ୍ୱିତୀୟ ଟି ଟ୍ବେଣ୍ଟି ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଯଦି କଙ୍ଗାରୁ ଦଳ ଆଜିର ମ୍ୟାଚ ଜିତେ ତେବେ ସିରଜ କବଜା କରିନେବ । ଅନ୍ୟପଟେ ବିରାଟ ବାହାନୀ ମ୍ୟାଚ ଜିତି ସିରିଜ ଡ୍ର ଲକ୍ଷ୍ୟରେ ରହିଛି । ଭାରତୀୟ ପ୍ଲେଇଂ ଇଲେଭେନରେ ସେଭଳି ବିଶେଷ କିଛି ପରିବର୍ତ୍ତନ ହୋଇନପାରେ । ତେବେ ଅଷ୍ଟ୍ରେଲିଆ ପେସର ମେଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରିଛି । କ୍ରିକେଟ ପ୍ରେମୀ ଏକ ହାଇଭୋଲଟେଜ ମ୍ୟାଚ ଅପେକ୍ଷାରେ ଅଛନ୍ତି । ଅନ୍ୟପଟେ ଆସନ୍ତା ୬ତାରିଖରୁ ଆରମ୍ଭ ହେବ ଟେଷ୍ଟ ସିରିଜ । ଏହି ଗସ୍ତରେ ଟିମ ଇଣ୍ଡିଆ ୪ଟି ଟେଷ୍ଟ ମ୍ୟାଚ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.