ବାରବାଟୀରେ ଲିଜେଣ୍ଡସ୍‌ କ୍ରିକେଟ ଲିଗ୍‌: ଆଜି ମୁହାଁମୁହିଁ ହେବେ ମଣିପାଲ୍‌ ଟାଇଗର୍ସ ଓ ଇଣ୍ଡିଆ କ୍ୟାପିଟାଲ୍ସ

କଟକ(କେନ୍ୟୁଜ୍): ବାରବାଟୀରେ ଲିଜେଣ୍ଡସ୍‌ କ୍ରିକେଟ ଲିଗ୍‌ । ଆଜି ମୁହାଁମୁହିଁ ହେବେ ମଣିପାଲ୍‌ ଟାଇଗର୍ସ ଓ ଇଣ୍ଡିଆ କ୍ୟାପିଟାଲ୍ସ । ଗୌତମ ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସର କ୍ୟାପଟେନ ଓ ହରଭଜନ ସିଂହ ମଣିପାଲ ଟାଇଗର୍ସର କ୍ୟାପଟେନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଇଣ୍ଡିଆ କ୍ୟାପିଟାଲ୍ସ, ଗୁଜରାଟ ଜିଆଣ୍ଟସ୍‌ ଓ ଭିଲ୍‌ୱାରା କିଙ୍ଗ୍ସ ୫ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ।

ଇଣ୍ଡିଆ କ୍ୟାପିଟାଲ୍ସ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଉଭୟ ଜିଆଣ୍ଟସ୍‌ ଓ ଭିଲଓ୍ଵାରା କିଙ୍ଗ୍ସ ୫ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । କିନ୍ତୁ ଭଲ ରନ୍‌ ରେଟ୍‌ କାରଣରୁ ଇଣ୍ଡିଆ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ମଣିପାଲ୍‌ ଟାଇଗର୍ସ ମୋଟ ୪ଟି ମ୍ୟାଚ ଖେଳିଥିବା ବେଳେ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ନିମ୍ନରେ ରହିଛି। ଏହା ପୂର୍ବରୁ ଭିଲଓ୍ଵାରା କିଙ୍ଗ୍ସ ବିରୋଧରେ ଏକ ରୋମାଂଚକର ମ୍ୟାଚରେ ମଣିପାଲ୍‌ ଟାଇଗର୍ସ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.