ବିବାହ ଭୋଜିରେ ଖାଇବା ପାଇଁ ବରଯାତ୍ରୀଙ୍କୁ ଦେଖାଇବାକୁ ପଡ଼ିଲା ଆଧାର କାର୍ଡ, ଫେରିଗଲେ ଅତିଥି

ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାମ, ଆଧାର କାର୍ଡ ସବୁବେଳେ ଆବଶ୍ୟକ ହୋଇଥାଏ। କିନ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେ ବିବାହ ଭୋଜିରେ ଖାଇବା ପାଇଁ ଆଧାର କାର୍ଡର ଆବଶ୍ୟକ ପଡିଛି। ଉତ୍ତରପ୍ରଦେଶ ଅମ୍‌ରୋହା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏପରି ଏକ ଘଟଣା ଘଟିଛି ଯାହା ଜାଣିବା ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ବାସ୍ତବରେ ଏଠାରେ ଝିଅ ବିବାହ ଭୋଜିରେ ଏକ ଅଦ୍ଭୁତ ବ୍ୟବସ୍ଥା ଦେଖାଯାଇଛି । ଏହି ନିୟମ ଶୁଣିବା ପରେ ବରଯାତ୍ରୀରେ ବିଶୃଙ୍ଖଳା ହୋଇଥିଲା। ତେବେ ଝିଅ ଘର ଲୋକଙ୍କ ନିୟମ ଅନୁଯାୟୀ କେବଳ ବରଯାତ୍ରୀରେ ଆସିଥିବା ଲୋକଙ୍କୁ ଭୋଜିରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ଯାହାର ଭିଡିଓ ଭାଇରାଲ ହୋଇଛି।

ଆଧାର କାର୍ଡ ନ ଦେଖାଇଲେ ଅତିଥିଙ୍କୁ ଡାଇନିଂ ହଲକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ଅବଶ୍ୟ ଆରମ୍ଭରୁ ଏମିତି ବ୍ୟବସ୍ଥା କରାଯାଇ ନ ଥିଲା। କିନ୍ତୁ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକୁ ସମ୍ଭାଳିବା ପାଇଁ କନ୍ୟାଘର ଲୋକଙ୍କୁ ଏମିତି ପଦକ୍ଷେପ ନେବାକୁ ପଡ଼ିଥିଲା। ବାକି ଅତିଥି ମାନଙ୍କୁ ବାହାରେ ଅଟକାଇ ଦିଆ ଯାଇଥିଲା । ଏହି ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କିପରି ଆଧାର କାର୍ଡ ଦେଖାଉଛନ୍ତି କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି ଫାଟକ ବନ୍ଦ କରୁଛନ୍ତି। ଭିଡିଓ ସେୟାର କରିବାବେଳେ ଲୋକମାନେ ଦାବି କରୁଛନ୍ତି ଯେ ଅଧିକ ଅତିଥିଙ୍କ ଉପସ୍ଥିତି ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି।

 

View this post on Instagram

 

A post shared by Zee News (@zeenews)

ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୧ ତାରିଖରେ ବିବାହର ଆୟୋଜନ କରାଯାଇଥିଲା। ଗୋଟଏ ମଣ୍ଡପରେ ୨ଟି ବିବାହ ଭୋଜି ହେଉଥିଲା। ୨ ବରଯାତ୍ରୀ ଦଳ ୨ଟି ବାହାଘରକୁ ଆସିଥିଲେ । ଭାଗ୍ୟକୁ ଦୁଇ ବରଯାତ୍ରୀ ଦଳ ଗୋଟିଏ ଗାଁ ହଂସପୁରରୁ ଆସିଥିଲେ। ଏଇଠି ସବୁ ଓଲଟପାଲଟ ହୋଇଗଲା। ଜଣଙ୍କ ଭୋଜିରେ ଆକଳନଠାରୁ ହଠାତ୍‌ ଅଧିକ ଅତିଥିଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। କାରଣ ଉଭୟ ବରଯାତ୍ରୀ ଗୋଟିଏ ଗାଁର ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ହୋଷ୍ଟଙ୍କ ପକ୍ଷେ ସମ୍ଭବ ନ ଥିଲା। ଏପଟେ ଏତେ ଲୋକଙ୍କ ପାଇଁ ଖାଦ୍ୟ ନ ଥିଲା। ତେଣୁ କନ୍ୟାଘର ଲୋକେ ଅଭିନବ ଉପାୟ ବାହାର କଲେ। ଭୋଜି ଖାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଦେଲେ। ଫଳରେ ଯେଉଁମାନଙ୍କ ପାଖେ ଆଧାର କାର୍ଡ ଥିଲା, ସେହିମାନଙ୍କୁ ହିଁ ଡାଇନିଂ ହଲକୁ ଯିବାକୁ ଅନୁମତି ମିଳିଥିଲା । ଅନ୍ୟମାନେ ଫେରି ଯାଇଥିଲେ।

ଏହି ଭିଡିଓ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଲୋକମାନେ ମଧ୍ୟ ଏହି ଭିଡିଓ ଟିକୁ ଭାଇରାଲ କରୁଛନ୍ତି । ଇମ୍ରାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଫେସବୁକରେ ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସହିତ ଏକ କ୍ୟାପସନ୍ ମଧ୍ୟ ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି – ଆମ୍ରୋହୀ, ହାସନପୁର ଅଞ୍ଚଳରେ ଅଧିକ ସଂଖ୍ୟକ ବରଯାତ୍ରୀ ବିବାହ ଉତ୍ସବରେ ପହଞ୍ଚିବା ଯୋଗୁଁ ଆଧାର କାର୍ଡ ଦେଖି ଖାଇବାକୁ ଭିତରକୁ ଛାଡିଲେ ଝିଅ ଘର ଲୋକେ । ଯେଉଁମାନଙ୍କ ପାଖରେ ଆଧାର କାର୍ଡ ନଥିଲା ସେମାନେ ବିଚାରା ନ ଖାଇ ଘରକୁ ଫେରି ଆସିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.