ମହମ୍ମଦ ଶାମିଙ୍କ ସର୍ଜରୀ ସଫଳ, ହସପିଟାଲରୁ ଫଟୋ ପୋଷ୍ଟ କଲେ ଖେଳାଳି

ମହମ୍ମଦ ଶାମିଙ୍କ ଗୋଇଠି ସର୍ଜରୀ ସଫଳ ହୋଇଛି । ମେଡିକାଲରୁ ଫଟୋ ସେୟାର କରି ଭାବବିହ୍ଵଳ ମେସେଜ ମଧ୍ୟ ପୋଷ୍ଟ କରିଛନ୍ତି । ଶାମି ଲେଖିଛନ୍ତି ଯେ, ଭଲ ହେବା ପାଇଁ କିଛି ଦିନ ସମୟ ଲାଗିବ, ମୁଁ ନିଜ ଗୋଡ଼ରେ ପୁଣିଥରେ ଠିଆ ହେବ ପାଇଁ ଖୁବ ଉତ୍ସାହିତ ରହିଛି ।

ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସର୍ଜରୀ ସଫଳ ହୋଇଛି । ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଯୋଗୁଁ ଟିମରୁ ବାଦ୍‌ ପଡିଛନ୍ତି । ବିଶ୍ୱକପରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଆଉ ଏବେ ଗୋଇଠି ସର୍ଜରୀ ସଫଳ ହୋଇଛି ବୋଲି ସୂଚନା ମିଳିଛି । ସର୍ଜରୀ ପରେ ତାଙ୍କ ଫଟୋ ମେଡିକାଲରୁ ସେୟାର କରିଛନ୍ତି । ଫଟୋ ସେୟାର କରି ଭାବବିହ୍ଵଳ ମେସେଜ ମଧ୍ୟ ପୋଷ୍ଟ କରିଛନ୍ତି ।

ଶାମି ଲେଖିଛନ୍ତି ଯେ, ଗୋଇଠି ସର୍ଜରୀ ସଫଳ ହୋଇଛି, ଭଲ ହେବା ପାଇଁ କିଛି ଦିନ ସମୟ ଲାଗିବ, ମୁଁ ନିଜ ଗୋଡ଼ରେ ପୁଣିଥରେ ଠିଆ ହେବ ପାଇଁ ଖୁବ ଉତ୍ସାହିତ ରହିଛି । ଏହି ପୋଷ୍ଟରେ ସେ ମେଡିକାଲରୁ ମୋଟ ୪ଟି ଫଟୋ ପୋଷ୍ଟ କରିଛନ୍ତି । ମେଡିକାଲ ବେଡରେ ତାଙ୍କୁ ଚିକିତ୍ସିତ ଅବସ୍ଥାରେ ଦେଖିବାକୁ ମିଳିଛି ।

ଏହି ସର୍ଜରୀ ଯୋଗୁଁ ଶାମି ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛନ୍ତି । ଶାମିଙ୍କ ବାଦ୍‌ ପଡିବା ଯୋଗୁଁ ଗୁଜୁରାଟ ଟାଇଟନ୍ସକୁ ଏକ ଶକ୍ତ ଝଟକା ଦେଇଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଶାମି ଶେଷ ଥର ପାଇଁ ଖେଳୁଥିବାର ନଜର ଆସିଥିଲେ । ଏହାପରେ ଆହତ ଯୋଗୁଁ ଦଳରୁ ବାଦ୍ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.