ପୁଣି ଥରେ ଆଇପିଏଲ ଟାଇଟଲ ଜିତିପାରେ ଚେନ୍ନାଇ ସୁପରକିଙ୍ଗସ !

ଆଇପିଏଲ୍‌ ୨୦୨୩ ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି । ୫ମ ଥର ପାଇଁ ଟାଇଟଲ ଜିତିପାରେ ଚେନ୍ନାଇ ସୁପରକିଙ୍ଗସ । ୨୦୧୬ରେ ଭଳି ଏଥର ମଧ୍ୟ ସିଏସକେ ଟିମ ସହିତ ରହିଛି ଅଦ୍ଭୁତ ସଂଯୋଗ ।

କ୍ରିକେଟ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଆସନ୍ତାକାଲିରୁ ଆରମ୍ଭ ହୋଇଯିବା ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଚାମ୍ପିଅନ ଗୁଜରାଟ ଟାଇଟନ୍ସ ସହିତ ଲଢିବା ପାଇଁ ଧୋନିଙ୍କ ଟିମ ଜବରଦସ୍ତ ପ୍ରାକ୍ଟିସ କରୁଛି । ରବୀନ୍ଦ୍ର ଜାଡେଜାଙ୍କୁ ଛାଡି ସିଏସକେର ସବୁ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ।

ଧୋନି ୪ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେଉଥିଲା ବେଳେ ପାଣ୍ଡ୍ୟା ଗତ ସଂସ୍କରଣରେ ପ୍ରଥମ ଥର ଖେଳି ବିଜେତା ହୋଇଥିବା ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଛନ୍ତି। ଗୁଜରାଟ ଟାଇଟନ୍ସ ଆଇପିଏଲରେ ଗୋଟିଏ ସିଜିନ ଖେଳିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ଟି ସିଜିନ ଖେଳିସାରିଛି। ଚଳିତ ସିଜିନ ଉଦ୍ଘାଟନୀ ମୁକାବିଲା ପୂର୍ବରୁ ଏହି ଦୁଇ ଦଳ ଆଇପିଏଲରେ ୨ ଥର ମୁହାଁମୁହିଁ ହୋଇଛନ୍ତି।

୨୦୧୬ରେ ଚେନ୍ନାଇ ଟିମ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଧୋନିଙ୍କ ଟିମ ରାଇଜିଂ ପୁନେ ସୁପରଜିଆଣ୍ଟସ ସହିତ ଜଡିତ ଥିଲା । ଆଉ ସେତେବେଳେ ପୁନେ ଟିମରେ ୪ ଜଣ ଖେଳାଳି ରହିଥିଲେ, ଯିଏ ଏବେ ଚେନ୍ନାଇ ଟିମ୍‌ ସହିତ ରହିଛନ୍ତି । ଧୋନି, ରାହାଣେ, ବେନ ଷ୍ଟୋକ୍ସ ଏବଂ ଦୀପକ ଚହର ଏବେ ଧୋନିଙ୍କ ଟିମରେ ରହିଛନ୍ତି ।

ଚେନ୍ନାଇ ଟିମରେ ଧୋନି, ରାହାଣେ, ବେନ ଷ୍ଟୋକ୍ସ, ଦୀପକ ଚହର ରହିଛନ୍ତି । ଯଦିଓ ଏଥର ରାହାଣେ ଭଲ ଫର୍ମରେ ନାହାଁନ୍ତି, କିନ୍ତୁ ଧୋନି, ଷ୍ଟୋକ୍ସ ଏବଂ ଦୀପକଙ୍କ ପ୍ରଦର୍ଶନ ଭଲ ରହିଛି। ବିପକ୍ଷ ଟିମକୁ ମାତ୍‌ ଦେବାରେ ଏମାନେ ସକ୍ଷମ । ୨୦୧୭ ସିଜନ ପରି ଏଥର ମଧ୍ୟ ଦ୍ରୁତ ବୋଲର ଅଲରାଉଣ୍ଡର ଷ୍ଟୋକ୍ସ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛନ୍ତି ।

ଅଜିଙ୍କ୍ୟ ରାହାଣେ : ୧୬ ଟି ମ୍ୟାଚ୍, ୩୮୨ ରନ୍

ବେନ୍ ଷ୍ଟୋକ୍ସ : ୧୨ ମ୍ୟାଚ୍, ୩୧୬ ରନ୍, ୧୨ ୱିକେଟ୍

ଏମ୍ଏସ୍ ଧୋନି : ୧୬ ମ୍ୟାଚ୍, ୨୯୦ ରନ୍

ଦୀପକ ଚହର : ୩ ମ୍ୟାଚ୍, ୨ ୱିକେଟ୍

ଉଦ୍‌ଘାଟନୀ ଉତ୍ସବରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ :

୩୧ ତାରିଖରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା ପୂର୍ବରୁ ଆୟୋଜିତ ହେବାକୁ ଥିବା ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହରେ ବଲିଉଡ୍ ଝଲକ ଦେଖିବାକୁ ମିଳିବ। ରଶ୍ମିକା ମନ୍ଦାନା ଏବଂ ତମନ୍ନା ଭାଟିଆ, କ୍ୟାଟ୍ରିନା କୈଫ୍, ଟାଇଗର ଶ୍ରଫ ଏବଂ ଅରିଜିତ ସିଂ ମଧ୍ୟ ପ୍ରଦର୍ଶନ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.