କଣ ୧ ଏପ୍ରିଲରୁ UPI ଟ୍ରାନଜାକସନ ହୋଇଯିବ ମହଙ୍ଗା, ଜାଣନ୍ତୁ କଣ ସ୍ପଷ୍ଟୀକରଣ ରଖିଲା NPCI

ଭାବୁଛନ୍ତି ପେଟିଏମ, GPay, ଫୋନପେରେ ଟଙ୍କା ପଠାଇଲେ ଆପଣଙ୍କୁ ଚାର୍ଜ ଲାଗିବ କି? ତେବେ ଆପଣଙ୍କୁ କହିବୁ ଯେ ଆପଣ ଏକଦମ୍ ନିଶ୍ଚିତରେ ରୁହନ୍ତୁ । କାହିଁକିନା ଆପଣଙ୍କ ୟୁପିଆଇ ଟ୍ରାନଜାକସନ୍ ଚାର୍ଜ ବିଲକୁଲ ଫ୍ରି ଅଟେ । ଆପଣଙ୍କୁ ଏଥିପାଇଁ କୌଣସି ବି ଶୁଳ୍କ ଦେବାକୁ ପଡିବନି ।

ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଆସୁଛି କି କଣ ୟୁପିଆଇ ଟ୍ରାନଜାକସନ୍ ମଧ୍ୟ ହୋଇଯିବ ମହଙ୍ଗା । ଭାବୁଛନ୍ତି ପେଟିଏମ, GPay, ଫୋନପେରେ ଟଙ୍କା ପଠାଇଲେ ଆପଣଙ୍କୁ ଚାର୍ଜ ଲାଗିବ କି? ତେବେ ଆପଣଙ୍କୁ କହିବୁ ଯେ ଆପଣ ଏକଦମ୍ ନିଶ୍ଚିତରେ ରୁହନ୍ତୁ । କାହିଁକିନା ଆପଣଙ୍କ ୟୁପିଆଇ ଟ୍ରାନଜାକସନ୍ ଚାର୍ଜ ବିଲକୁଲ ଫ୍ରି ଅଟେ । ଆପଣଙ୍କୁ ଏଥିପାଇଁ କୌଣସି ବି ଶୁଳ୍କ ଦେବାକୁ ପଡିବନି । ଏହି ଶୁଳ୍କ କେବଳ ମାର୍ଚାଣ୍ଟଙ୍କ ପେମେଣ୍ଟ ଉପରେ ଲାଗୁ ହେବ ।

ୟୁପିଆଇ ମାଧ୍ୟମରେ ହେଉଥିବା ଟଙ୍କାର କାରବାର ଉପରେ ଏପ୍ରିଲ୍ ୧, ୨୦୨୩ ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିଇସିଆଇ)। ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଆଦାୟ ରିପୋର୍ଟକୁ ଏନପିଇସିଆଇ ଅସ୍ୱୀକାର କରିଛି। ଏନପିଇସିଆଇ କହିଛି ଯେ ୟୁପିଆଇ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ କାରବାର ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏନପିଇସିଆଇ ଏହାର ବିବୃତ୍ତିରେ କହିଛି ଯେ ଦେଶରେ ସର୍ବାଧିକ ୯୯.୯ ପ୍ରତିଶତ ୟୁପିଆଇ କାରବାର କେବଳ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କରାଯାଇଥାଏ।

ଏନପିସିଆଇ ଜଣାଇଛି ଯେ, ପେମେଣ୍ଟ କରିବା ପାଇଁ ଗ୍ରାହକ କିମ୍ବା ବ୍ୟାଙ୍କ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଏହା ସହିତ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ ୟୁପିଆଇ ଟ୍ରାନ୍ଜାକସନ୍ କଲେ ମଧ୍ୟ କୋଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏନପିସିଆଇ କହିଛି ଯେ ନିୟାମକ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ (ପିପିଆଇ ୱାଲେଟ୍) ବର୍ତ୍ତମାନ ପାରସ୍ପରିକ କାର୍ଯ୍ୟକ୍ଷମ ୟୁପିଆଇ କୋସିଷ୍ଟମର ଏକ ଅଂଶ । ଏହାକୁ ଦୃଷ୍ଟିରେ ରଖି, ଏନପିସିଆଇ ପିପିଆଇ ୱାଲେଟଗୁଡ଼ିକୁ ପାରସ୍ପରିକ କାର୍ଯ୍ୟକ୍ଷମ ୟୁପିଆଇ ଇକୋସିଷ୍ଟମର ଏକ ଅଂଶ ହେବାକୁ ଅନୁମତି ଦେଇଛି। ଟ୍ରାଞ୍ଜାକ୍ସନ ଚାର୍ଜ କେବଳ ପିପିଆଇ ମର୍ଚାଣ୍ଟ କାରବାର (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ ମର୍ଚାଣ୍ଟ କାରବାର) ଉପରେ ପ୍ରଯୁଜ୍ୟ ହେବ। ଏବଂ ଏଥିପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଏନପିସିଆଇ ସର୍କୁଲାର ଅନୁଯାୟୀ, ଗୁଗୁଲ୍ ପେ, ପେଟିଏମ୍, ଫୋନ୍ପେ କିମ୍ବା ଅନ୍ୟାନ୍ୟ ଆପ୍ ମାଧ୍ୟମରେ ଟଙ୍କା କାରବାର ସମ୍ପୂର୍ଣ୍ଣ ମୁକ୍ତ ଅଟେ। ଗ୍ରାହକଙ୍କୁ କୌଣସି ପେମେଣ୍ଟ ଉପରେ ୧.୧ ପ୍ରତିଶତ ଇଣ୍ଟରଚେଞ୍ଜ୍ ରେଟ୍ ଦେବାକୁ ପଡିବ ନାହିଁ ପେଟିଏମ୍ ମଧ୍ୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇସାରିଛି ।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ପ୍ରିପେଡ ପେମେଣ୍ଟ ଇନଷ୍ଟମେଣ୍ଟ ବା ପିପିଆଇ ଲଗାଇବାକୁ ପ୍ରସ୍ତୁତି କରୁଛି ଏନପିସିଆଇ । ଏହି ଚାର୍ଜ ୦.୫-୧.୧ ପ୍ରତିଶତ ଲଗାଯିବାର ନିଷ୍ପତ୍ତି ନିଆଯାଇଛି । ସର୍କୁଲାରରେ ୟୁପିଆଇ ଜରିଆରେ ୨ହଜାର ଟଙ୍କାରୁ ଅଧିକ ଟ୍ରାନଜାକସନ୍ ଉପରେ ୧.୧ ପ୍ରତିଶତ ପ୍ରିପେଡ ପେମେଣ୍ଟ ଇନଷ୍ଟମେଣ୍ଟ ବା ପିପିଆଇ ଉପରେ ଲଗାଯିବାବୋଲି ନିଷ୍ପତ୍ତି ନିଆଯାଇଛି । ଯାହା ମାର୍ଚାଣ୍ଟ ଟ୍ରାନଜାକସନ ଅର୍ଥାତ୍ ବେପାରୀ ମାନଙ୍କୁ ପେମେଣ୍ଟ କରିବା ଦ୍ୱାରା ଦେବାକୁ ପଡିବ । ପିପିଇ ଓ୍ଵାଲେଟରେ ପିୟର-ଟୁ-ପିୟର ଏବଂ ପିୟର-ଟୁ-ପିୟର-ମାର୍ଚାଣ୍ଟରେ କୌଣସି ପ୍ରକାରର ଟ୍ରାନଜାକସନରେ ଆପଣଙ୍କୁ କିଛି ବି ଶୁଳ୍କ ଦେବାକୁ ପଡିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.