ଦେଶରେ ଗତ ୨୪ ଘଣ୍ଟାରେ ୩ହଜାର ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ଜଣଙ୍କ ମୃତ୍ୟୁ

ଦେଶରେ କାୟା ମେଲାଉଛି କରୋନା । ୩ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ହଜାର ୧୬ ନୂଆ ଆକ୍ରାନ୍ତ । ଗତ ୬ ମାସରେ ସର୍ବାଧିକ । ଗତବର୍ଷ ଅକ୍ଟୋବରରେ ଶେଷ ଥର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହିଥିଲା ୩ହଜାର ୩୭୫ ।

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । ୩ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ହଜାର ୧୬ ନୂଆ ଆକ୍ରାନ୍ତ । ଗତ ୬ ମାସରେ ସର୍ବାଧିକ । ଗତବର୍ଷ ଅକ୍ଟୋବରରେ ଶେଷ ଥର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହିଥିଲା ୩ହଜାର ୩୭୫ ।

ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ ୨ହଜା ୧୫୧ ପଜିଟିଭ୍‌ । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏବେ ଦୈନିକ ସଂକ୍ରମଣ ହାର ରହିଛି ୨.୭ ପ୍ରତିଶତ । ସଂକ୍ରମଣ ବଢ଼ିବା ସହ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛିି ଆଉ ୧୪ ଜୀବନ । ମୃତକଙ୍କ ଭିତରେ କେରଳରୁ ଅଛନ୍ତି ସର୍ବାଧିକ ୮ ଜଣ । ସେହିପରି ମହାରାଷ୍ଟ୍ରରୁ ୩ ଜଣ, ଦିଲ୍ଲୀରୁ ଦୁଇ ଓ ହିମାଚଳ ପ୍ରଦେଶରେ କରୋନାରେ ଆଉ ଜଣେ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ଲକ୍ଷ ୩୦ହଜାର ୮୬୨କୁ ବୃଦ୍ଧି ପାଇଛି ।

ଦେଶରେ ୧୩ ହଜାର ପାର କରିଛି କରୋନା ଆକ୍ଟିଭ୍‌ କେସ୍‌ । କରୋନା ସକ୍ରିୟ ମାମଲା ୧୩ହଜାର ୫୦୯କୁ ବୃଦ୍ଧି ପାଇଛି । ଯାହାକି ଗତ ୧୪୨ ଦିନରେ ସର୍ବାଧିକ । ସଂକ୍ରମଣ ବଢୁଥିବାରୁ ଆଜି ଦିଲ୍ଲୀ ସରକାର ଜରୁରୀ ବୈଠକ ଡାକିଛନ୍ତି । ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.