Below header

ପୁଣି ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍ : ମ୍ୟାଚ ସମୟରେ ଭାରତୀୟ ସେନାକୁ ସମ୍ମାନ ଦେବାକୁ ଯାଇ ପିନ୍ଧିଥିଲେ ଆର୍ମି ଗ୍ଳୋବ୍ସ

ବୁଧବାର ଦିନ ବିଶ୍ବକପ୍ ମ୍ୟାଚରେ ଭାରତ ତାହାର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତିଛି। ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲେ ମଧ୍ୟ ମିଡିଆରେ ଧୋନୀ ପିନ୍ଧଥିବା ଗ୍ଳୋବ୍ସର ଅଧିକ ଚର୍ଚ୍ଚା ହେଉଛି। ପୁଣିଥରେ ବିଶ୍ବ ସ୍ତରରେ ଭାରତୀୟ ସେନାଙ୍କୁ ଧୋନୀ ଜଣାଇଲେ ସମ୍ମାନ ।

glovedhoni

ପୁଣିଥରେ ମ୍ୟାଚ ସମୟରେ ଭାରତୀୟ ସେନାକୁ ସମ୍ମାନ ଜଣାଇ ଭାରତୀୟ ପାରା କମାଣ୍ଡୋଙ୍କ ଚିହ୍ନ ଥିବା ଗ୍ଲୋବସ ପିନ୍ଧିଥିବା ନଜର ଆସିଥିଲେ ଧୋନୀ । ଏହି ଗ୍ଲୋବସରେ ଥିବା ଚିହ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଚିହ୍ନ ହେଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଫୋର୍ସର ସଙ୍କେତ ।

ଧୋନୀଙ୍କ ଏହି ଗ୍ଳୋବ୍ସର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତ ସ୍ତରରେ ହେଉଛି ତାଙ୍କର ପ୍ରଶଂସା। ମାହି ପିନ୍ଧିଥିବା ଗ୍ଲୋବ୍ସରେ ଥିଲା ଭାରତୀୟ ଆର୍ମିର ଚିହ୍ନ । ଯାହାକୁ ପ୍ରଦର୍ଶନ କରି ବିଶ୍ୱ ସ୍ତରରେ କ୍ୟାପଟେନ୍ କୁଲ ଭାରତୀୟ ଆର୍ମିକୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

doni 1

ତେବେ ଏହା ପ୍ରଥମ ଥର ନୁହଁ ଯେତେ ଧୋନୀ ଭାରତୀୟ ସେନାକୁ ବିଶ୍ବ ଦରବାରରେ ସମ୍ନାନିତ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଚଳିତ ଆଇପିଏଲରେ ଧୋନୀ ସହିଦ ବ୍ୟାଜ, ଟୋପି ଏବଂ ଫୋନର କଭରରେ ସେନାର ସଙ୍କେତ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.