ଆଇପିଏଲ୍‌ରେ ସୁଯୋଗ ମିଳିଲାନି ବୋଲି ଆତ୍ମହତ୍ୟା କରିଦେଲେ ଯୁବ କ୍ରିକେଟର୍‌

ମୁମ୍ବାଇ : ଆତ୍ମହତ୍ୟା କରିଦେଲେ ଜଣେ ଯୁବ ଉଦୀୟମାନ କ୍ରିକେଟ୍ ଖେଳାଳି । ଆଉ ମରିବା ପୂର୍ବରୁ କହି ଦେଇ ଗଲେ ଏଥିପାଇଁ ଆଇପିଏଲ୍ ୨୦୨୦ ଦାୟୀ । ଅର୍ଥାତ୍ ଖେଳାଳି ଜଣକ ଖୁବ୍ ଆଶାବାଦୀ ଥିଲେ ଆଗାମୀ ଆଇପିଏଲ୍‌ରେ ତାଙ୍କୁ ସୁଯୋଗ ମିଳିବ । ହେଲେ ସେ ମନୋନୀତ ହେଲେ ନାହିଁ । ତେଣୁ ଡିପ୍ରେସନ୍ ବା ଅବସାଦରେରେ ଥିଲେ । ଜଣେ ସାଙ୍ଗକୁ ଫୋନ୍ କଲେ ଯେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ସାଙ୍ଗଟି ତାଙ୍କୁ ବହୁତ ବୁଝାଇଲେ କିନ୍ତୁ ମାନିଲେନି ଖେଳାଳି ଜଣକ । ଆଉ ଘର ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଦେଲେ ।

ନିରାଶ ହୋଇ ମୃତ୍ୟୁକୁ ଆଦରି ନେଇଥିବା ଏହି ଖେଳାଳି ଜଣକ ହେଉଛନ୍ତି କରଣ ତିଓ୍ଵାରୀ । ୨୭ ବର୍ଷ ବୟସ୍କ କରଣ ତାଙ୍କର ମୁମ୍ବାଇର ମଲାଡ ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି । ସେ ମୁମ୍ବାଇରେ କ୍ଲବ୍‌ସ୍ତରୀୟ କ୍ରିକେଟ୍ ଖେଳୁଥିଲେ । ଭଲ ବୋଲିଂ କରୁଥିବା କରଣଙ୍କୁ ଜୁନିୟର ଡେଲ୍ ଷ୍ଟେନ୍ ବୋଲି କୁହାଯାଉଥିଲା । ସେ ବେଶ୍ କିଛି ଥର ଆଇପିଏଲ୍ ଖେଳାଳିଙ୍କୁ ନେଟ୍‌ସରେ ମଧ୍ୟ ବୋଲିଂ କରିଥିଲେ ।

ଆଇପିଏଲ୍ ୨୦୨୦ ଆସନ୍ତା ସେପଟେମ୍ବର ୧୯ରୁ ସାଉଦି ଆରବରେ ଆରମ୍ଭ ହେବ । ହେଲେ ଖେଳ ଦେଖିବାକୁ ନା ନିଜ ଆଶାକୁ ବଞ୍ଚାଇ ରଖିବାକୁ ଆଉ ନଥିବେ କରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.