ଆଇପିଏଲ୍ : ମୁମ୍ବାଇର ପ୍ରଥମ ବିଜୟ, ଦିଲ୍ଲୀକୁ ୨୯ ରନ୍ରେ ହରାଇଲା
ଲଗାତର ୩ଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ ।

ମୁମ୍ବାଇ : ଲଗାତର ୩ଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ । ଆଇପିଏଲରେ ଆଜି ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୨୯ ରନ୍ରେ ହରାଇଛି ମୁମ୍ବା ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଓ୍ଵିକେଟ୍୍ରେ ୨୩୪ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୨୦ ଓଭର ମଧ୍ୟରେ ୮ ଓ୍ଵିକେଟ୍ ହରାଇ ୨୦୫ ରନ୍ କରିବାକୁ ସମର୍ଥ ହୋଇଛି ।
ମୁମ୍ବାଇ ତରଫରୁ ରୋହିତ ଶର୍ମା ୩ ଛକା ଓ ୬ ଚୌକା ସହ ୪୯, ଇଶାନ କାଶାନ ୨ ଛକା ଓ ୪ ଚୌକା ସହ ୪୨, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ୍ କରିଥିଲେ । ତେବେ ଶେଷ ଭାଗରେ ଟିମ୍ ଡେଭିଡ୍ ମାତ୍ର ୨୧ ବଲରୁ ଅପରାଜିତ ୪୫ ଏବଂ ରୋମାରିଓ ସେଫର୍ଡ଼ ମାତ୍ର ୧୦ଟି ବଲରୁ ଅପରାଜିତ ୩୯ ରନ୍ କରିବା ଫଳରେ ମୁମ୍ବାଇ ବଡ଼ ସ୍କୋର କରି ପାରିଥିଲା । ଡେଭିଡ୍ ୪ଟି ଛକା ଓ ୨ଟି ଚୌକା ଏବଂ ସେଫର୍ଡ଼ ୪ ଛକା ଓ ୩ଟି ଚୌକା ମାରିଥିଲେ ।
ପରେ ଦିଲ୍ଲୀ କ୍ୟାପିଟାସ ଚେଷ୍ଟା ତ କରିଥିଲା । ହେଲେ ଲକ୍ଷ୍ୟ ଠାରୁ ଅନେକ ଦୂରରେ ରହିଗଲା । ଦଳ ତରଫରୁ ଓପ୍ନର ପୃଥ୍ଵୀ ସ ୪୦ ବଲରେ ୬୬, ଅଭିଷେକ ପରେଲ ୪୧, ଟ୍ରିଷ୍ଟାନ୍ ଷ୍ଟବସ ମାତ୍ର ୨୫ ବଲରେ ୭୧ ରନ୍ କରିଥିଲେ । ମୁମ୍ବାଇ ତରଫରୁ ଜେରାଲଡ୍ କୋଜି ୩୪ ରନ ଦେଇ ୪ ଓ୍ଵିକେଟ୍ ଏବଂ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇ ଦିଲ୍ଲୀକୁ ରୋକିଥିଲେ ।