ପୁଟିନ୍‌ଙ୍କ ପାଇଁ କାହିଁକି ହଇରାଣ ହେଉଛନ୍ତି ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ, ଜାଣନ୍ତୁ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଯୋଗୁଁ ଏବେ ଅସୁବିଧାରେ ପଡ଼ିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟ୍‌ ଅଧିନାୟକ ନାସିର ହୁସେନ୍‌ । ଅନେକ ଲୋକ ତାଙ୍କୁ ଏବେ ଟ୍ରୋଲ୍‌ କରିବାରେ ଲାଗିଛନ୍ତି । କାରଣ ତାଙ୍କ ଚେହେରା ପୁଟିନ୍‌ଙ୍କ ସହ ମିଶୁଛି । ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପୁଟିନ୍‌ ବର୍ତ୍ତମାନ ସାରା ବିଶ୍ୱ ପାଇଁ ଖଳନାୟକ ସାଜିଛନ୍ତି । ଏହି ସମୟରେ ନାସିର ହୁସେନଙ୍କ ଫଟୋକୁ ଦେଖି ଲୋକେ ପୁଟିନ୍‌ ମନେ କରି ତାଙ୍କୁ ବିଭିନ୍ନ ପ୍ରକାର ତାତ୍ସଲ୍ୟ କରୁଛନ୍ତି ।

ଆଉ କିଛି ଲୋକ ତ ଦୁହିଁଙ୍କୁ ତୁଳନା କରୁଛନ୍ତି । ଯଦିଓ ଉଭୟଙ୍କ ଭିତରେ କୌଣସି ସମାନତା ନାହିଁ । କୌଣସି କାରଣ ନଥାଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛନ୍ତି ହୁସେନ୍‌ । ତେବେ ଏଥିରେ ସେ ନିଜେ ବିରକ୍ତ ହୋଇ ଶେଷରେ ଲେଖିଛନ୍ତି କି ମୁଁ ପୁଟିନ୍‌ ନୁହେଁ, ମୋତେ ଏମିତି ଗାଳିଗୁଲଜ କର ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.