Below header

ଓସିଏ ନିର୍ବାଚନ ୨୭ରେ : ଜାଣନ୍ତୁ, ଜିତିଲେ କେଉଁ ସଦସ୍ୟଙ୍କର କେତେଦିନ ରହିବ କାର୍ଯ୍ୟକାଳ

କଟକ (କେ ନ୍ୟୁଜ୍‌) : ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୬ଟି ପଦ ପାଇଁ ହେଉଥିବା ନିର୍ବାଚନ ପାଇଁ ୧୧ ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ଦ୍ୱିମୁଖୀ ଲଢେଇ ହେବ। ଏସବୁ ପଦ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ଵାନ ଥିବା ବେଳେ ଉପସଭାପତି ପଦ ପାଇଁ ଲଢୁଛନ୍ତି ଅକ୍ଷୟ କୁମାର ସାମନ୍ତ ଓ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ। ସମ୍ପାଦକ ପାଇଁ ନବ ପଟ୍ଟନାୟକ ଓ ସଞ୍ଜୟ ବେହେରାଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ଯୁଗ୍ମ ସମ୍ପାଦକ ପଦ ପାଇଁ ମହତାବ ଖାନ୍‌ଙ୍କ ବିରୋଧରେ ପ୍ରାରିଥୀ ଅଛନ୍ତି ସୁଜିତ କୁମାର ପ୍ରଧାନ। କୋଷାଧ୍ୟକ୍ଷ ପାଇଁ ଅନୀଲ ବିଶ୍ୱାଳ ଓ ବିକାଶ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପରିଷଦ ସଦସ୍ୟ ଭାବରେ ଏକମାତ୍ର ପ୍ରାର୍ଥୀ ଥିବାରୁ ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

OCA-2

ଲୋଧା କମିଟି ସୁପାରିଶ ଆଧାରରେ ଓସିଏ ସମ୍ବିଧାନର ନିୟମ-୩୨ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥର ନିର୍ବାଚନ ଲଢୁଥିବା ପ୍ରାର୍ଥୀ କେତେ ଦିନ ଓସିଏ କର୍ମକର୍ତ୍ତା ର ପାରିବେ ସେକଥା ସ୍ପଷ୍ଟ କରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ ଏମ୍‌. ଏଲ୍‌. ମଜୁମଦାର। କର୍ମକର୍ତ୍ତାମାନେ ୩ ବର୍ଷ ପାଇଁ ନିର୍ବାଚିତ ହେବେ । ତେବେ ନୂଆ ନିୟମ ଅନୁସାରେ ଯଦି ସେମାନେ ଲଗାତର ଭାବେ କୌଣସି ପଦବି ପାଇଁ ନିର୍ବାଚିତ ହୋଇଥିବେ ତାହା ହେଲେ ପୁଣିଥରେ ନିର୍ବାଚିତ ହେଲେ ସେମାନଙ୍କ କାର୍ଯ୍ୟକାଳ କମିଯିବ ।

OCA-3

ଓସିଏ ନିର୍ବାଚନରେ ଏଭଳି ପରିସ୍ଥିତିର ସାମନା କରିଛନ୍ତି ଦୁଇ ଜଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ । ଯେମିତିକି ପୂର୍ବରୁ ଓସିଏର କର୍ମକର୍ତ୍ତା ଭାବେ ଦୁଇଟି କାର୍ଯ୍ୟକାଳ ରହିଥିବା ପ୍ରଦୀପ ଚୌହ୍ଵାନ ଯଦି ସଭାପତି ନିର୍ବାଚିତ ହେଲେ ତାଙ୍କ କାର୍ଯ୍ୟକାଳ ରହିବ ମାତ୍ର ୧୦ ମାସ ୯ ଦିନ। ସେହିପରି ସମ୍ପାଦକ ପ୍ରାର୍ଥୀ ଭାବରେ ନବ ପଟ୍ଟନାୟକ ଜିତିଲେ ସେ ୨ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳି ପାରିବେ । ତେଣୁ ଏହି ନିୟମ ଅନୁସାରେ ପ୍ରଦୀପ ଓ ନବ ଯଦି ବିଜୟୀ ହେଉଛନ୍ତି ତେବେ ୩ ବର୍ଷର ଟର୍ମ ପୂର୍ବରୁ ଏମାନଙ୍କ ପଦବି ପାଇଁ ମଝିରେ ପୁଣିଥରେ ନିର୍ବାଚନ ହେବ । ଏମାନଙ୍କୁ ଛା଼ଡ଼ିଲେ ଅନ୍ୟ ୯ ଜଣ ପ୍ରାର୍ଥୀ ନିର୍ବାଚିତ ହେଲେ ସେମାନେ ୩ ବର୍ଷ ପାଇଁ ଓସିଏର କର୍ମକର୍ତ୍ତା ପଦରେ ରହି ପାରିବେ।

ନିୟମ ଅନୁସାରେ ଜଣେ ସଦସ୍ୟ ଲଗାତର ଭାବେ ୯ ବର୍ଷ କୌଣସି ପଦବିରେ ରହି ପାରିବେ ନାହିଁ । ତାଙ୍କୁ ତିନି ବର୍ଷ ପରେ ବିଶ୍ରାମ ନେବାକୁ ହେବ । ଯେଉଁ ସଦସ୍ୟମାନେ ପୂର୍ବରୁ କ୍ରମାଗତ ଭାବେ ବିଭିନ୍ନ ପଦବିରେ କାର୍ଯ୍ୟ କରିଛନ୍ତି ସେହି ଅନୁସାରେ ସେମାନଙ୍କ କାର୍ଯ୍ୟକାଳ ସମୟକୁ କାଟି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.