ଅନୁଗୁଳ ବେନ୍ତପୁର ଗାଁରେ ଅଭାବନୀୟ ଘଟଣା, ବିଷାକ୍ତ ସାପ କାମୁଡାରେ ଗଲା ଦୁଇ ଭଉଣୀଙ୍କ ଜୀବନ
ଅନୁଗୁଳ: ଦଂସିଲା ସାପ। ବିଷାକ୍ତ ସାପ କାମୁଡାରେ ଗଲା ଦୁଇ ଭଉଣୀଙ୍କ ଜୀବନ। ଅନୁଗୁଳ ବେନ୍ତପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ୧୧ବର୍ଷିୟା ଝିଅ ରୋଜାଲିନ୍ ସାହୁ ଓ ୧୩ବର୍ଷର ଝିଅ ସୁଜାତା ସାହୁ। ଗତକାଲି ରାତିରେ ଦୁଇ ଭଉଣୀ ଘର ଭିତରେ ଶୋଇଥିବାବେଳେ ଉଭୟଙ୍କୁ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ବନ୍ତପୁର ଗାଁରେ ଶୋକର ଛାୟା ଖେଳିଯାଇଛି।