Below header

ଓଡିଶା ଏଫସି ଦଳର ନୂଆ ଜର୍ସି ଏବଂ କିଟ୍ ଉନ୍ମୋଚିତ

 ଭୁବନେଶ୍ୱର(କେନ୍ୟୁଜ୍): ଗୋଟିପୁଅ ନାଚ ଓ ଶଙ୍ଖନାଦର ମନ୍ତ୍ରମୁଗ୍ଧ ପରିବେଶ ଭିତରେ ଉନ୍ମୋଚିତ ହୋଇଯାଇଛି ଓଡିଶା ଏଫସି ଦଳର ନୂଆ ଜର୍ସି ଏବଂ କିଟ୍ । ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହାକୁ ଉନ୍ମୋଚିତ କରିଛନ୍ତି ଏଫସି ଦଳର ପରିଚାଳନା ନିର୍ଦେଶକ ରୋହନ ଶର୍ମ୍ମା,ମୁଖ୍ୟ କାଯ୍ୟର୍ନିର୍ବାହୀ ଆଶିଷ ଶାହ,ମୁଖ୍ୟ ପ୍ରଶିକ୍ଷକ ଜୋସେଫ ଗମ୍ବାଉ, ସହକାରୀ ପ୍ରଶିକ୍ଷକ ଥଙ୍ଗବୋଇ ସିଙ୍ଗତୋ ଓ କ୍ରୀଡା ନିର୍ଦେଶକ ଆର.ଭିନିଲ କ୍ରିଷ୍ଣା । ‘‘ଓଡିଶା ଏଫସି’’ ଗଠନ ପରେ ଓଡିଶାରେ ଫୁଟବଲର ଲୋକପ୍ରିୟତା ବଢିବା ସହ ରାଜ୍ୟରୁ ଅଧିକରୁ ଅଧିକ ଫୁଟବଲ ଖେଳାଳି ସୃଷ୍ଟି ହେବେ ବୋଲି ସମସ୍ତେ ଅଶା ରଖିଛନ୍ତି । ଓଡିଶା ଏଫସି ଘରୋଇ ପରିବେଶରେ ଧଳା ରଙ୍ଗର ଜର୍ସି ପିନ୍ଧିବ । ବାହାରେ ନୀଳ ଏବଂ କଳା ରଙ୍ଗର ଜର୍ସି ରେ ଦଳ ଓହ୍ଲାଇବ । ଘରୋଇ ମ୍ୟାଚ୍ ଲାଗି ଦଳର ଗୋଲ ରକ୍ଷକ ହଳଦିଆ ଏବଂ ବାହାରେ ବାଇଗଣୀ ରଙ୍ଗର ଜର୍ସି ପିନ୍ଧିବେ । ନୂଆ ଜର୍ସିଗୁଡିକରେ ବଡ ବଡ ଅକ୍ଷରରେ ଲେଖା ହୋଇଛି ଓଡିଶା । ଚଳିତବର୍ଷ ଆଇଏସ୍‌ଏଲ୍ ରେ ପ୍ରଥମ ଥର ପାଇଁ ‘ଓଡିଶା ଏଫସି’’ଅଂଶ ଗ୍ରହଣ କରୁଛି । ପୂର୍ବରୁ ଏହି କ୍ଲବ ଦିଲ୍ଲୀ ଡାଇମଣ୍ଡସ୍ ନାଁ ରେ ଖେଳୁଥିଲା । ଏହି ଅବସରରେ ସମସ୍ତ ଖେଳାଳିଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.