ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା
ଆସନ୍ତା ୨୩ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା। ୨୨ତାରିଖରେ କଟକର ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏହାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ଆଉ ମାତ୍ର ୩ଦିନ ସମୟ ଥିବାରୁ ଇନ୍ଡୋର ଷ୍ଟାଡିୟମରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କ୍ରୀଡ଼ା ସଚିବ, କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିଶନର ଓ ବହୁ ବରିଷ୍ଠ ଅଧିକାରୀ ଷ୍ଟାଡିୟମର ପ୍ରସ୍ତୁତି ବୁଲି ଦେଖିଛନ୍ତି। ପ୍ରସ୍ତୁତି ନେଇ ଷ୍ଟାଡିୟମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଘାଟନୀ ସମାରୋହରେ ସୁରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗାଡ଼ି ପାର୍କିଂ ପାଇଁ ଉପର ବାଲିଯାତ୍ରା ପଡ଼ିଆ ଓ ଖ୍ରୀଷ୍ଟିଆନ ସ୍କୁଲ ପଡ଼ିଆରେ ପାର୍କିଂ ସ୍ଥଳୀ ନିର୍ମାଣ କରାଯାଇଛି। ଖେଲୋ ଇଣ୍ଡିଆରେ ଖେଳାଯିବାକୁ ଥିବା ପ୍ରତିଯୋଗୀତାର ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ ମ୍ୟାଚ ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଖେଳାଯିବ। ସେହିପରି କଳିଙ୍ଗ ଷ୍ଟାଡିୟମରେ ଆଥ୍ଲେଟ ଓ ସୁଇମିଂ, ସହିଦନଗର ଇନ୍ଡୋର ଷ୍ଟାଡିୟମରେ ଫ୍ୟାନିଂ ଓ ଜୁଡ଼ୋ ଏବଂ କିଟ ଗ୍ରାଉଣ୍ଡରେ ଅନ୍ୟ ସମସ୍ତ ମ୍ୟାଚ ଖେଳାଯିିବ।