ଜାତୀୟ ସିନିଅର ଆଥଲେଟିକ୍ସ: ଓଡ଼ିଶାକୁ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ

national senior athletic

ଗୌହାଟି: ଆସାମର ଗୌହାଟିଠାରେ ଚାଲିଥିବା ଜାତୀୟ ସିନିଅର ଆଥଲେଟିକ୍ସରେ ଓଡ଼ିଶାର ଦୁଇ ଧାବିକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପଦକ ଜିତିଛନ୍ତି। ଦୁଇଶହ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ଜିତିଥିବା ବେଳେ ଶ୍ରାବଣୀ ଜିତିଛନ୍ତି ବ୍ରୋଞ୍ଜ ପଦକ। ଆସାମର ହିମା ଦାସ ୨୩ ଦଶମିକ ୧୦ ସେକେଣ୍ଡ ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କିଟ୍ ଛାତ୍ରୀ ଦୂତୀ ୨୩ ଦଶମିକ ୪୧ ସେକେଣ୍ଡ ନେଇ ଦ୍ୱିତୀୟ ଏବଂ ଶ୍ରାବଣୀ ୨୩ ଦଶମିକ ୮୭ ସେକେଣ୍ଡ ନେଇ ତୃତୀୟ ହୋଇଛନ୍ତି। ଦୂତୀ ଗତକାଲି ହିଟସରେ ଭଲ ପ୍ରଦର୍ଶନ କରି ୨୩ ଦଶମିକ ୪୬ ସେକେଣ୍ଡରେ ୨ ଶହ ମିଟର ଦୌଡ଼ିଥିଲେ। ଏହା ସହିତ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲେ।

Leave A Reply

Your email address will not be published.