ମୃତ୍ୟୁର ୧୦ ଦିନ ପୂର୍ବରୁ ସେନ ଓ୍ଵାର୍ଣ୍ଣ ଆରମ୍ଭ କରିଥିଲେ ‘ଅପରେସନ ଶ୍ରେଡ’, ଜୁଲାଇ ବେଳକୁ ନିଜକୁ କରିବାକୁ ଚାହୁଁଥିଲେ ଫିଟ୍‌

କ୍ରିକେଟ ଜଗତର ମହାନ ସ୍ପିନର ସେନ ଓ୍ଵାର୍ଣ୍ଣଙ୍କର ପରଲୋକ ହୋଇଛି। ମାତ୍ର ୫୨ ବର୍ଷ ବୟସରେ ହୃଦଘାତ ହେବା ଯୋଗୁଁ ତାଙ୍କ ବିୟୋଗ ଗତକାଲି ହୋଇଛି। ସେନ ଓ୍ଵାର୍ଣ୍ଣ ଥାଇଲାଣ୍ଡର ସାମୁଇ ଠାରେ ଏକ ଭିଲ୍ଲାରେ ଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା। ସେଠାରେ ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯାଇଥିଲା କିନ୍ତୁ ଡାକ୍ତର ସବୁଚେଷ୍ଟା ପରେ ତାଙ୍କୁ ବଞ୍ଚାଇପାରିନଥିଲେ।

ସେନ ଓ୍ଵାର୍ଣ୍ଣ ନିକଟରେ ଏକ ଫଟୋ ଇନଷ୍ଟାଗ୍ରାମ ଏବଂ ଟ୍ଵିଟରରେ ପୋଷ୍ଟ କରିଥିଲେ। ଆଉ ପୋଷ୍ଟରେ ଲେଖିଥିଲେ ଓଜନ କମ୍‌ କରିବା ପାଇଁ ୧୦ ଦିନ ପୂର୍ବରୁ ‘ଅପରେସନ ଶ୍ରେଡ’ ଆରମ୍ଭ କରିଥିଲେ। ଆଉ ଜୁଲାଇ ପର୍ଯ୍ୟନ୍ତ ତାଙ୍କୁ ନିଜ ପୂର୍ବ ଅବସ୍ଥାକୁ ଫେରିଆସିଥାନ୍ତେ।

ସେନ ଓ୍ଵାର୍ଣ୍ଣଙ୍କ ନିଧନରେ ଦୁଃଖିତ ଫ୍ୟାନ୍ସ ତାଙ୍କ ମୃତ୍ୟୁ ଅପରେସନ ଶ୍ରେଡ ଯୋଗୁଁ ହୋଇଛି ବୋଲି ଦାବି କରୁଛନ୍ତି। ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କ ଅପରେସନ ଶ୍ରେଡ ବିଷୟରେ ଲେଖିଛନ୍ତି। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେନ ଓ୍ଵାର୍ଣ୍ଣ ଫିଟ୍‌ ନଥିଲେ। ୨୦୧୯ରେ ସେ ୧୫ କିଲୋ ଓଜନ କମାଇଥିଲେ। ଖାସ୍‌ ଏଥିପାଇଁ ସେ ସିକ୍ରେଟ ଡାଏଟ୍‌ ଫଲୋ କରୁଥିଲେ।

ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଓ୍ଵାର୍ଣ୍ଣଙ୍କ ପୁଅ ଜ୍ୟାକସନ କହିଛନ୍ତି, ତାଙ୍କ ବାପା ଓଜନ କମାଇବା ପାଇଁ ୩୦ ଦିନିକିଆ ଉପବାସ କରୁଥିଲେ। ୨୦୦୩ରେ ଡ୍ରଗ୍ସ ନୋବ ମାମଲାରେ ୧୨ ମାସ ପାଇଁ କ୍ରିକେଟରୁ ନିଲମ୍ବିତ କରାଯାଇଥିଲା। ତା’ ପରେ ସେ ଚା’ ଡାଏଟ କରିବା ଆରମ୍ଭ କରିଥିଲେ। ଉଚ୍ଚ ରକ୍ତଚାପ ଥିବା ଯୋଗୁଁ ପତଳା ହେବା ପାଇଁ ସ୍ଲିମିଂ ଔଷଧ ମଧ୍ୟ ବ୍ୟବହାର କରୁଥିଲେ।

ସୂଚନାଯୋଗ୍ୟ, କୌଣସି ଫିଟନେସ ଫ୍ରିକ ଖେଳାଳି କିମ୍ବା ଅଭିନେତା ହୃଦଘାତରେ ମୃତ୍ୟୁବରଣ କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଲୋକପ୍ରିୟ କନ୍ନଡ ଷ୍ଟାର ପୁନିତ କୁମାର, ସିଦ୍ଧାର୍ଥ ଶୁକ୍ଲା, ଅମିତ ମିସ୍ତ୍ରୀ ମୃତ୍ୟୁବରଣ କରିସାରିଛନ୍ତି।

ଓ୍ଵାର୍ଣ୍ଣ ୧୯୯୨ ମସିହାରେ ନିଜର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ପ୍ରଥମ ବର୍ଷ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଦ୍ୱିତୀୟ ବର୍ଷରୁ ସେ ନିଜର ବୋଲିଂରେ ଉନ୍ନତି ଆଣି ଅଷ୍ଟ୍ରେଲିଆ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଲେ । ସେହି ବର୍ଷ ଆସେସ୍‌ ସିରିଜ୍‌ରେ ଇଂଳଣ୍ଡ ଖେଳାଳି ମାଇକ୍‌ ଗ୍ୟାଟିଂଙ୍କୁ ଯେଉଁଭଳି ଭାବେ ଆଉଟ୍‌ କଲେ ସେହି ବଲ୍‌କୁ କୁହାଗଲା ‘ବଲ୍‌ ଅଫ୍‌ ଦି ସେଞ୍ଚୁରୀ’ । ୧୯୯୬ ଓ ୧୯୯୯ରେ ତାଙ୍କ ବୋଲିଂ ବଳରେ ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ୍‌ ହୋଇ ପାରିଥିଲା ।

Also Read : ହୃଦ୍‌ଘାତରେ ସେନ୍‌ ଓ୍ଵାର୍ଣ୍ଣଙ୍କ ପରଲୋକ ହୋଇଥିବା ସୂଚନା