୧୫ ବର୍ଷ ପରେ ଏସିଆ କପ୍‌ ଆୟୋଜନ କରିବ ପାକିସ୍ତାନ, ଭାଗ ନେବେ ଭାରତ ପାକିସ୍ତାନ ସମେତ ୬ଟି ଟିମ୍‌

ଆୟୋଜକ ପାକିସ୍ତାନରେ ହେବ ମାତ୍ର ୪ଟି ମ୍ୟାଚ୍‌ । ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ହେବ ବୋଲି ଘୋଷଣା କରିଛି ଏସିଆନ୍‌ କ୍ରିକେଟ କାଉନସିଲ । ଏସିଆ କପର ଭେନ୍ୟୁକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଯାଇଥିବା ବେଳେ ଏସିଆନ୍‌ କ୍ରିକେଟ କାଉନସିଲ୍‌ ପକ୍ଷରୁ ତାରିଖ ଘୋଷଣା ହୋଇଛି । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବ ଟୁର୍ଣ୍ଣାମେଣ୍ଟ ।

କେନ୍ୟୁଜ୍(ବ୍ୟୁରୋ): ଏସିଆ କପ୍‌ରେ ପାକିସ୍ତାନ୍‌କୁ ବଡ଼ ଝଟ୍‌କା । ଆୟୋଜକ ପାକିସ୍ତାନରେ ହେବ ମାତ୍ର ୪ଟି ମ୍ୟାଚ୍‌ । ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ହେବ ବୋଲି ଘୋଷଣା କରିଛି ଏସିଆନ୍‌ କ୍ରିକେଟ କାଉନସିଲ । ଏସିଆ କପର ଭେନ୍ୟୁକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଯାଇଥିବା ବେଳେ ଏସିଆନ୍‌ କ୍ରିକେଟ କାଉନସିଲ୍‌ ପକ୍ଷରୁ ତାରିଖ ଘୋଷଣା ହୋଇଛି । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବ ଟୁର୍ଣ୍ଣାମେଣ୍ଟ । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଖେଳାଯିବ ମ୍ୟାଚ୍‌ । ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବ ମ୍ୟାଚ । ଭାଗ ନେବେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ । ୧୩ ଟି ମ୍ୟାଚ୍‌ରୁ ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ ଏବଂ ଶ୍ରୀଲଙ୍କାରେ ୯ଟି ଖେଳାଯିବ ।

ହାଇବ୍ରିଡ ମଡେଲ କାରଣରୁ ୧୫ ବର୍ଷ ପରେ ଏସିଆ କପ୍‌ ଆୟୋଜନ କରିବାର ସୌଭାଗ୍ୟ ପାଇଛି ପାକିସ୍ତାନ । ପୂର୍ବରୁ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବା ନେଇ ଅନୁମତି ପାଇଥିଲା । କିନ୍ତୁ ଟିମ୍‌ ଇଣ୍ତିଆ ପାକିସ୍ତାନ ଖେଳିବାକୁ ଯିବ ନାହିଁ ବୋଲି BCCI ସ୍ପଷ୍ଟ କରିଥିଲା । ଏହାପରେ ଏସିଆ କପ୍‌କୁ ହାଇବ୍ରିଡ ମଡେଲରେ ଆୟୋଜନ କରାଯିବ ବୋଲି ACC ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ଚଳିତ ଏସିଆ କପ୍‌ରେ ଭାଗ ନେଉଥିବା ସମସ୍ତ ୬ଟି ଟିମ୍‌କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପରୁ ଦୁଇଟି ଟିମ୍‌ ସୁପର ଫୋର୍‌ ରାଉଣ୍ଡରେ ପହଞ୍ଚିବ । ସୁପର ଫୋର ରାଉଣ୍ଡରେ ଶୀର୍ଷରେ ଥିବା ଦୁଇ ଟିମ୍‌ ମଧ୍ୟରେ ହେବ ଫାଇନାଲ ମୁକାବିଲା ।

 

 

Leave A Reply

Your email address will not be published.