ଆଉଟ୍ କରିବା ପରେ ଫିଲ୍ଡରେ ଶୋଇ ଅଜବ ହରକତ୍ କଲେ ବଲର୍, ଆପଣ ବି ଦେଖିଲେ କହିବେ ଇଏ କଣ?
ଟିକଟକରେ ସବୁଦିନ ଭଳି ଆଜି ବି ଅନେକ ଭିଡିଓ ଭାଇରାଲ ହେଉଛି। ଆଉ ଏହି ଭିଡିଓକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହେବା ସହିତ ହସି ହସି ଗଡିଯିବେ। ଟିକଟକରେ ବଲରଙ୍କ ଖୁସି ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି। ଟିକଟକ କ୍ରିଏଟର ଏହି ଭିଡିଓ ପଛରେ ଗର୍ମୀ ସଙ୍ଗ୍ ଯୋଡିଛନ୍ତି। ଯେଉଁ କାରଣରୁ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ଜାନୁଆରୀର ଅଟେ, କିନ୍ତୁ ଟିକଟକରେ ଏହି ଭିଡିଓ ଏବେ ସେୟାର କରାଯାଇଛି। ୨୯ ଜାନୁୟାରୀରେ ପ୍ରୋଭିନସିଆଲ କପରେ ନର୍ଥର୍ଣ୍ଣସ୍ ଏବଂ ବୋର୍ଡର ମଧ୍ୟରେ ମୁକାବିଲା ହୋଇଥିଲା।
@jr.shreyasbaikar_hayy garmi 💯 #cricket #lol
ମୁକାବିଲାରେ ନର୍ଥର୍ଣ୍ଣସ୍ ବଲର ରିଭାଲ୍ଡୋ ମୁନସାମୀ ବଲ ଫିଙ୍ଗିଲେ ଏବଂ ଯେମିତି ଅମ୍ପେୟାର ଆଉଟ୍ କରିଛନ୍ତି ସେତେବେଳେ ମୁନସାମୀ ତଳେ ଶୋଇ ପଡି ଅଜବ ଅନ୍ଦାଜରେ ଖୁସି ମନାଇଥିଲେ। ଯାହାକୁ ଦେଖି ସେଠାରେ ଥିବା ବାକି ଖେଳାଳିମାନେ ମଧ୍ୟ ହସି ପକାଇଥିଲେ। ଏବେ ଏହି ଭିଡିଓ ଖୁବ୍ ଜୋରରେ ଭାଇରାଲ ହେଉଛି।