ପଡ଼ିଆର ଛକା ଚୌକା ବର୍ଷାଇଲେ ପଞ୍ଜାବ ବ୍ୟାଟର ଲିଭିଂଷ୍ଟୋନ, ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟରେ ହରାଇଲା ପଞ୍ଜାବ

ଆଇପିଏଲରେ ପଞ୍ଜାବର ପଞ୍ଚମ ବିଜୟ । ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟରେ ହରାଇଲା ପଞ୍ଜାବ । ପଡ଼ିଆର ଛକା ଚୌକା ବର୍ଷାଇଲେ ପଞ୍ଜାବ ବ୍ୟାଟର ଲିଭିଂଷ୍ଟୋନ । ବିଶାଳ ଛକା ମାରି ଟିମକୁ ଜିତାଇଲେ ଲିଭିଂଷ୍ଟୋନ୍‌ । ଟସ୍‌ ଜିତି ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୪୩ ରନ୍‌ କରିଥିଲା । ୧୪୪ ରନର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ ୧୬ ଓଭରରେ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା । ପଞ୍ଜାବ ପକ୍ଷରୁ ଶିଖର ଧୱନ ରକ୍ଷଣଶୀଳ ବ୍ୟାଟିଂ କରି ସର୍ବାଧିକ ୬୨ ରନ୍‌ କରିଥିବା ବେଳେ ଭାନୁକା ରାଜପାକ୍ଷେ ୪୦ ରନ୍‌ ଓ ଲିଭିଂଷ୍ଟୋନ୍‌ ବିସ୍ଫୋରକଣ ବ୍ୟାଟିଂ କରି ମାତ୍ର ୧୦ ବଲରେ ୩୦ ରନ୍‌ କରି ଦଳକୁ ଜିତାଇଥିଲେ ।

ଗୁଜରାଟ ୯ଟି ମ୍ୟାଚରୁ ୮ଟି ଜିତିଥିବା ବେଳେ ପଞ୍ଜାବ ୯ଟିରୁ ୪ଟି ମୁକାବିଲା ଜିତି ପଏଣ୍ଟ ଟେବୁଲର ଅଷ୍ଟମରେ ରହିଛି। ଗୁଜରାଟର ସବୁଠୁ ବଡ ଶକ୍ତି ଦଳ ଏ ଯାଏଁ କୌଣସି ଜଣେ ଖେଳାଳି ଉପରେ ନିର୍ଭରଶୀଳ ନୁହେଁ। ଯଦି କୌଣସି ଜଣେ ଖେଳାଳି ଫ୍ଲପ୍ ହେଉଛି ତେବେ ଅନ୍ୟ ଖେଳାଳି ଦାୟିତ୍ଵ ସମ୍ଭାଳୁଛନ୍ତି। ରାହୁଲ ତେଓ୍ଵତିଆ, ଡେଭିଡ୍ ମିଲର, ରଶିଦ ଖାନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟର ସବୁଠୁ ବଡ ଶକ୍ତି।

ଏହା ପୂର୍ବରୁ ଚଳିତ ସିଜିନରେ ଦୁଇ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ବିଜୟୀ ହୋଇଥିଲା। ତେଓ୍ଵତିଆ ଶେଷ ଦୁଇ ବଲରେ ଦୁଇ ଛକା ମାରି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ। ଅନ୍ୟପଟେ ପଞ୍ଜାବ ଦଳରେ ନିରନ୍ତରତାର ଅଭାବ ଦେଖିବାକୁ ମିଳିଛି। ମୟଙ୍କ ଅଗ୍ରଓ୍ଵାଲ, ଜୋନି ବେୟାରଷ୍ଟୋ, ଶିଖର ଧାଓ୍ଵନ, ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ନିରନ୍ତର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.