ଆଜି ଆଇପିଏଲରେ ହାଇଭୋଲଟେଜ ମୁକାବିଲା, ରାଜସ୍ଥାନ ରୟାଲ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

କେନ୍ୟୁଜ୍(ବ୍ୟୁରୋ): ଆଜି ଆଇପିଏଲରେ ହାଇଭୋଲଟେଜ ମୁକାବିଲା । ରାଜସ୍ଥାନ ରୟାଲ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆଜି ଦ୍ୱିତୀୟ କ୍ୱାଲିଫାୟର । ଆଜିର ମ୍ୟାଚର ବିଜେତା ଫାଇନାଲକୁ ଯିବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ । ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ହରାଇଥିଲା ବେଙ୍ଗାଲୁରୁ ।

ଫାଇନାଲରେ ପ୍ରବେଶ କରିବାକୁ ହେଲେ ଆଜି ଚିତାକର୍ଷକ ଖେଳ ପ୍ରଦର୍ଶନ କରିବାକୁ ହେବ । ବିରାଟ କୋହଲି, ଡୁ ପ୍ଲେସି ସ ମ୍ୟାକ୍ସେଓ୍ଵଲଙ୍କ ପ୍ରଦର୍ଶନରେ ଉନ୍ନତି ଆବଶ୍ୟକ ରହିଛି । ଚର୍ଚ୍ଚାରେ ଅଛନ୍ତି ରଜତ ପାଟିଦାର । ରାଜସ୍ଥାନ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଜୋସ ବଟଲର ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସଞ୍ଜୁ ସାମସନ, ଯସଶ୍ୱୀ ଜୟସ୍ୱାଲ ଓ ସିମରନ ଭଲ ଫର୍ମରେ ଅଛନ୍ତି । ତେଣୁ ଆଜି ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲ ହେବ ବୋଲି ଆଶା କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.