କ୍ରିକେଟ ଇତିହାସରେ ବିରଳ ରେକର୍ଡ, ୪୩ଟି ବଲ୍ ରେ ୧୯୩ ରନ୍

କ୍ରିକେଟ ଇତିହାସରେ ବିରଳ ରେକର୍ଡ। ମାତ୍ର ୪୩ଟି ବଲ୍ ରେ ୧୯୩ ରନ୍ କରି ଇତିହାସ ରଚିଛନ୍ତି ବ୍ୟାଟର ହାମଜା ସଲିମ ଦର। T10 କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ କରିବା ସହ ପୂର୍ବର ୧୬୩ର ରେକର୍ଡକୁ ଭାଙ୍ଗିଛନ୍ତି।

କ୍ରିକେଟ ଇତିହାସରେ ବିରଳ ରେକର୍ଡ। ମାତ୍ର ୪୩ଟି ବଲ୍ ରେ ୧୯୩ ରନ୍ କରି ଇତିହାସ ରଚିଛନ୍ତି ବ୍ୟାଟର ହାମଜା ସଲିମ ଦର। T10 କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ କରିବା ସହ ପୂର୍ବର ୧୬୩ର ରେକର୍ଡକୁ ଭାଙ୍ଗିଛନ୍ତି। ୟୁରୋପିଆନ କ୍ରିକେଟ T10ର ଏକ ଲିଗ୍ ମ୍ୟାଚ୍ ରେ ଦେଖିବାକୁ ମିଳିଛି ଏପରି ରେକର୍ଡ। ହାମଜା ସଲିମ ଦରଙ୍କ ଏହି ବୃହତ୍ ୧୯୩ ରନ୍ ରେ ଥିଲା ୨୨ଟି ଛକ୍କା ଓ ୧୪ଟି ଚୌକା।

କେବଳ ଚୌକା ଓ ଛକ୍କାରୁ ସଲିମ ଦର୍ ହାସଲ କରିଥିଲେ ୧୮୮ ରନ୍। କାଟାଲୁନିଆ ଜାଗୁଆର ଓ ସୋହଲ ହସପିଟାଲଟେଟ ମଧ୍ୟରେ ଖେଳାଯାଇଥିବା T10 ମ୍ୟାଚ୍ ରେ ଦେଖିବାକୁ ମିଳିଥିଲା ଏପରି ରନ୍ ବର୍ଷା। ହାମଜା ସଲିମ ଦରଙ୍କ ଏହି ରେକର୍ଡ ସ୍କୋର ବଳରେ କାଟାଲୁନିଆ ମାତ୍ର ୧୦ ଓଭରରେ ବିନା ୱିକେଟ ହରାଇ ୨୫୭ ରନ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.