ଭାରତୀୟ ଟିମ୍‌ ପାଇଁ ଭଲ ଖବର! ସଫଳ ଅସ୍ତ୍ରୋପଚାର ପରେ ରବିନ୍ଦ୍ର ଜାଡେଜା ଆରମ୍ଭ କଲେ ନିଜର ଟ୍ରେନିଂ; ଦେଖନ୍ତୁ ଭିଡିଓ

ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତଜନିତ କାରଣରୁ ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ସାମିଲ ହୋଇପାରି ନ ଥିଲେ। ଏସିଆ କପ୍‌ ୨୦୨୨ ସମୟରେ ତାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିଲା। ଆଣ୍ଠୁ ସର୍ଜରୀ କରାଇବା ପରେ ଜାଡେଜା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଜାଡେଜା ନିଜ ସୋସିଆଲ ମିଡିଆରୁ ବୁଧବାର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଆସ୍ତେ ଆସ୍ତେ ଦୌଡ଼ୁଥିବାର ଦେଖାଯାଉଛନ୍ତି। ଜାଡେଜାଙ୍କ ଭିଡିଓ ଦେଖି ଏହା ଅନୁମାନ କରାଯାଉଛି ଯେ ସେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ଅଛନ୍ତି।

ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ୍‌ରେ ନ ରହିବା ଭାରତୀୟ ଟିମ୍‌ ପାଇଁ ବଡ଼ ଝଟ୍‌କା। ସେ ଟିମ୍‌ର ଜଣେ ପରଫେକ୍ଟ ଅଲରାଉଣ୍ଡର। ସେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଏକ ଭଲ ଇନିଂସ୍‌ ଖେଳି ଟିମ୍‌ ଇଣ୍ଡିଆକୁ ଜିତାଇବାରେ ସାହାଯ୍ୟ କରିଥିଲେ।

ଜାଡେଜାଙ୍କ ସର୍ଜରୀ ସଫଳ ହୋଇଛି। ଏବେ ସେ ଟ୍ରେନିଂ ଆରମ୍ଭ କରି ଦେଇଛନ୍ତି। ନିଜ ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଧୀରେ ଧୀରେ ଦୌଡ଼ୁଥିବାର ଦେଖାଯାଉଛନ୍ତି। ଜାଡେଜା ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ଲେଖିଥିଲେ, ‘ସର୍ଜରୀ ସଫଳ ଥିଲା। ମୁଁ କିଛି ଲୋକଙ୍କୁ ସେମାନଙ୍କ ସପୋର୍ଟ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି, ବିସିସିଆଇ, ମୋ ଟିମ୍‌ମେଟ୍ସ, ସପୋର୍ଟ ଷ୍ଟାଫ୍‌, ଫିଜିଓ ଡାକ୍ତର୍ସ ଏବଂ ଫ୍ୟାନ୍ସ। ମୁଁ ଜଲ୍‌ଦି ନିଜର ଅଭ୍ୟାସ ଆରମ୍ଭ କରିବି ଏବଂ ଯେତେ ଜଲ୍‌ଦି ଫେରି ଆସିବାକୁ ଚେଷ୍ଟା କରିବି। ପ୍ରେମଭରା କାମନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ’।

ସୂଚନାଥାଉ କି, ଟି-୨୦ ବିଶ୍ୱକପ୍‌ରେ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସେପଟେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ୨୩ ଅକ୍ଟୋବର ରବିବାର ଖେଳିବ। ଏହା ପୂର୍ବରୁ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷ ଓ୍ଵାର୍ମଅପ୍‌ ମ୍ୟାଚ୍‌ ଖେଳିଥିଲା, ଯେଉଁଥିରେ ଭାରତୀୟ ଟିମ୍‌ ୬ ରନ୍‌ରେ ବିଜୟୀ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.