ମ୍ୟାଚ୍‌ ସରିବା ପରେ ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ, ସଙ୍ଗେ ସଙ୍ଗେ ଉଠାଇ ଆଲିଙ୍ଗନ କଲେ କୋହଲି: ଭିଡିଓ ଭାଇରଲ

ଲଗାତାର ୪ ଥର ହାରିବା ପରେ କେକେଆର ଆରସିବିକୁ ହରାଇ ପାଇଛି ପ୍ରଥମ ବିଜୟ । ଏହି ମ୍ୟାଚ ସରିବା ପରେ ରିଙ୍କୁ ବିରାଟଙ୍କ ପାଦ ଛୁଉଁଥିବାର ଭିଡିଓ ଦେଖିବାକୁ ମିଳିଥିଲା । ଭିଡିଓରେ ଦେଖିବାକୁ ମିଳିଛି, ରିଙ୍କୁ ବିରାଟଙ୍କ ପାଦ ଛୁଉଁଥିବା ବେଳେ ସଙ୍ଗେ ସଙ୍ଗେ ରିଙ୍କୁଙ୍କୁ ଉଠାଇ ନେଇ ଆଲିଙ୍ଗନ କଲେ ବିରାଟ ।

କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ୨୦୨୩ରେ ଳଗାତାର ୪ ଥର ହାରିବା ପରେ ପ୍ରଥମ ବିଜୟହାସଲ କରିଛି । ଆରସିବିକୁ ୨୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି କେକେଆର । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ସରିବା ପରେ କେକେଆର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କ ନୂଆ ରୂପ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ ସରିବା ପରେ ରିଙ୍କୁ ବିରାଟଙ୍କ ପାଦ ଛୁଉଁଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ମ୍ୟାଚ ସରିବା ପରେ ଦୁଇ ଟିମର ଖେଳାଳି ପରସ୍ପର ସହିତ କରମର୍ଦ୍ଦନ କରୁଥିବ ବେଳେ ରିଙ୍କୁ ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କ ପାଦକୁ ଛୁଇଁଥିଲେ । ଏହା ପରେ ତୁରନ୍ତ ବିରାଟ ତାଙ୍କ ଆଲିଙ୍ଗନ କରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଏହାକୁ ଦେଖି ଫ୍ୟାନ୍ସ ପ୍ରଶଂସା ମଧ୍ୟ କରୁଛନ୍ତି ।

ଆଇପିଏଲ୍‌ ୨୦୨୩ରେ ରିଙ୍କୁ ଜବରଦସ୍ତ ଖେଳୁଛନ୍ତି । ଚଳିତବର୍ଷ ସିଜିନରୁ ଆରମ୍ଭରୁ ସେ ଚର୍ଚ୍ଚାରେ ରହିଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ୫ ବଲରେ ଲଗାତାର ୫ଟି ଛକା ମାରି କେକେଆରକୁ ଜିତାଇଥିଲେ । ସେବେଠାରୁ ଚର୍ଚ୍ଚାରେ ରହିଛନ୍ତି ରିଙ୍କୁ ।

ଗତ ମ୍ୟାଚରେ କୋଲକତା ଆରସିବିକୁ ୨୦ ଓଭରରେ ୧୭୯/୮ ଓ୍ଵିକେଟରେ ରୋକିଥିଲା । ଫଳରେ ୨୧ ରନରେ ଜିତିଥିଲା କେକେଆର । ବୁଧବାର ମ୍ୟାଚରେ ରିଙ୍କୁ ମହମ୍ମଦ ସିରାଜଙ୍କ ୩ଟି ବଲରେ ଛକା ଏବଂ ଦୁଇଟି ଚଉକା ମାରିଥିଲେ । ରିଙ୍କୁ ୧୯ ଓଭରରେ ମହମ୍ମଦ ସିରାଜଙ୍କ ବଲରେ ଭଲ ଖେଳିଥିଲେ । ଆରମ୍ଭରୁ ଜାସନ ରଏ ଓ ମଧ୍ୟକ୍ରମରେ ଅଧିନାୟକ ନୀତୀଶ ରାଣାଙ୍କ ବିସ୍ଫୋରଣ ପରେ ଡେଥ୍‌ ଓଭରରେ ରିଙ୍କୁ ସିଂହଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୨୦୦/୫ ସ୍କୋର କରିଥିଲା।

ଭେଙ୍କଟେଶ ଆୟର ଓ ନୀତୀଶ ତୃତୀୟ ୱିକେଟରେ ୪୪ ବଲ୍‌ରୁ ୮୦ ରନ୍‌ ଯୋଡ଼ିଥିଲେ। କିନ୍ତୁ ବୈଶାକଙ୍କ ପରି ୱାନିନ୍ଦୁ ହସରଙ୍ଗା ୧୮ତମ ଓଭରରେ ଆୟର (୩୧) ଓ ନୀତୀଶ (୪୮)ଙ୍କୁ ଆଉଟ୍‌ କରିଥିଲେ। ହେଲେ ଡେଥ୍‌ ଓଭରରେ ରିଙ୍କୁ ସିଂହ (୧୮*) ଓ ଡେଭିଡ୍‌ ୱାଇଜ୍‌ (୧୨*) ବାଉଣ୍ଡରି ମାରି ଦଳକୁ ୨୦୦ରେ ପହଞ୍ଚାଇଥିଲେ।

ରିଙ୍କୁ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୧୮ ଛକା ମାରିସାରିଛନ୍ତି । ଚଳିତ ସିଜିନରେ ତୃତୀୟ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟସମ୍ୟାନ ହେଲେ ରିଙ୍କୁ । ପ୍ରଥମରେ ରହିଛନ୍ତି ଫାପ ଡୁପ୍ଲେସୀ ୨୭ଟି ଛକା, ଦ୍ୱିତୀୟରେ ରହିଛନ୍ତି ଗ୍ଲେନ ମ୍ୟାକ୍ସେଓ୍ଵଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.