ୟୁପି ମ୍ୟୁନିସିପାଲିଟି ନିର୍ବାଚନ: ପତ୍ନୀଙ୍କୁ ମିଳିଲା ନାହିଁ ଟିକେଟ୍‌, ଲଣ୍ଡା ହୋଇପଡ଼ିଲେ BJP କାର୍ଯ୍ୟକର୍ତ୍ତା!

ୟୁପି ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ବାନ୍ଦାରେ ଟିକେଟ୍ ବଣ୍ଟନକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି। ଏଠାରେ ନଗର ପଞ୍ଚାୟତ ଅଧ୍ୟକ୍ଷ ପଦର ଟିକେଟ୍‌ ନ ମିଳିବାରୁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ନିଜେ ଲଣ୍ଡା ହୋଇପଡ଼ିଛନ୍ତି।

ୟୁପି ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ସମସ୍ତ ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। ଏଭଳି ସମୟରେ କିଛି ଦାବିଦାରଙ୍କ ଟିକେଟ୍ କଟିବା ପରେ ସେମାନଙ୍କ ମଧ୍ୟରେ କ୍ରୋଧ ଦେଖାଦେଉଛି। ଏବେ ବାନ୍ଦାରେ ମ୍ୟୁନିସିପାଲିଟି ନିର୍ବାଚନରେ ଟିକେଟ୍ ବଣ୍ଟନକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି।

ଏଠାରେ ନଗର ପଞ୍ଚାୟତ ଅଧ୍ୟକ୍ଷ ପଦର ଟିକେଟ୍‌ ନ ମିଳିବାରୁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ନିଜେ ଲଣ୍ଡା ହୋଇପଡ଼ିଛନ୍ତି। ସେପଟେ ସେ ଅଭିଯୋଗ ଆଣିଛନ୍ତି ଯେ ଦଳର ଜିଲ୍ଲା ଅଧ୍ୟକ୍ଷ ୧୫ ଲକ୍ଷ ଟଙ୍କା ନେଇ ଟିକେଟ ବିକ୍ରି କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପାଖରେ ଦୃଢ଼ ପ୍ରମାଣ ରହିଛି ଏବଂ ବହୁତ ଜଲ୍‌ଦି ସେ ଏହି ପ୍ରମାଣଗୁଡ଼ିକୁ ଦଳ ସାମ୍ନାକୁ ଆଣିବେ।

ବିଜେପି କାର୍ଯ୍ୟକର୍ତ୍ତା ପ୍ରୀତମ ଗୁପ୍ତା କହିଛନ୍ତି, ଗତ ୧୭ ବର୍ଷ ଧରି ସେ ଦଳର ସେବା କରୁଛନ୍ତି। ଏହି ସମୟ ମଧ୍ୟରେ ସେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଠାରୁ ଆରମ୍ଭ କରି ଦଳର ଜିଲ୍ଲା ୟୁନିଟରେ ଅଧିକାରୀ ପଦରେ ମଧ୍ୟ ରହିଛନ୍ତି। ଏପରି କି, ବିଭିନ୍ନ କାର୍ଯ୍ୟକ୍ରମରେ ଦରୀ ମଧ୍ୟ ବିଛାଇଛନ୍ତି। ଏହା ସତ୍ତ୍ୱେ ମ୍ୟୁନିସିପାଲିଟି ନିର୍ବାଚନରେ ତାଙ୍କ ପତ୍ନୀଙ୍କ ଟିକେଟ୍ କାଟି ଦିଆଯାଇଛି। ତାଙ୍କ ଅଭିଯୋଗ ମୁତାବକ, ଦଳର ଜିଲ୍ଲା ଅଧ୍ୟକ୍ଷ ତାଙ୍କଠାରୁ ଟଙ୍କା ମାଗି ନ ଥିଲେ, କିନ୍ତୁ ୧୫ ଲକ୍ଷ ଟଙ୍କା ନେଇ ଆଉ କାହାକୁ ଟିକେଟ୍‌ ଦେଇଛନ୍ତି।

ଗୁପ୍ତା କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କ ପାଇଁ ନଗର ପଞ୍ଚାୟତ ତିନ୍ଦୱାରୀରୁ ଟିକେଟ ମାଗୁଥିଲେ। ଏଥିପାଇଁ ତାଙ୍କୁ ଆଶ୍ୱସନା ମଧ୍ୟ ମିଳିଥିଲା। ଆଉ ସେଥିପାଇଁ ସେ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଟିକେଟ୍ କାଟି ଅନ୍ୟ କାହାକୁ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.