ଭଡ଼ା ଘରୁ ମିଳିଲା ମହିଳା ସବ୍‌-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ, ଦେଢ଼ ବର୍ଷ ଧରି ସିକ୍‌ ଲିଭ୍‌ରେ ଥିଲେ ଶୀତଲ୍‌ ଏଡକେ

ମହାରାଷ୍ଟ୍ର ପୋଲିସର ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ ମୁମ୍ବାଇର ନେହେରୁ ନଗରସ୍ଥିତ ତାଙ୍କ ଭଡ଼ା ଘରୁ ମିଳିଛି। ମୃତ ମହିଳା ସବ୍-ଇନ୍ସପେକ୍ଟର ହେଲେ ଶୀତଲ୍‌ ଏଡକେ।

ମହାରାଷ୍ଟ୍ର ପୋଲିସର ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ ମୁମ୍ବାଇର ନେହେରୁ ନଗରସ୍ଥିତ ତାଙ୍କ ଭଡ଼ା ଘରୁ ମିଳିଛି। ମୃତ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଶୀତଲ୍‌ ଏଡକେ ରୂପେ ଚିହ୍ନଟ କରାଯାଇଛି। ସେ ନେହେରୁ ନଗର ଥାନାରେ ହିଁ ମୁତୟନ ଥିଲେ, କିନ୍ତୁ ଗତ ଦେଢ଼ ବର୍ଷ ଧରି ଶୀତଲ୍‌ ସିକ୍‌ ଲିଭ୍‌ (ଅସୁସ୍ଥ ଛୁଟି)ରେ ରହିଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶୀତଲ୍‌ଙ୍କ ମୃତ୍ୟୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ହୋଇଥିବା ଆଶଙ୍କା କରାଯାଉଛି। ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ତାଙ୍କ ପଡୋଶୀମାନେ ଏହା ବିଷୟରେ ଜାଣିବାକୁ ପାଇଥିଲେ।

ପୋଲିସ କହିଛି ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲା। ଏହାପରେ ଅଗ୍ନିଶମ ବାହିନୀକୁ ଡକାଯାଇ କବାଟ ଭଙ୍ଗା ଯାଇଥିଲା। ଭିତରେ ରୋଷେଇ ଘରେ ଶୀତଲ୍‌ଙ୍କ ମୃତଦେହ ପଡ଼ିଥିଲା ଏବଂ ମୃତଦେହଟି ସଢ଼ିବା ଆରମ୍ଭ କରିଦେଇଥିଲା।

ପୋଲିସର କହିବା ଅନୁସାରେ, ୩୫ ବର୍ଷୀୟା ସବ୍‌-ଇନ୍ସପେକ୍ଟରଙ୍କ ମୃତ୍ୟୁ କିପରି ହୋଇଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ଏବେ ତାଙ୍କର ବିବାହ ହୋଇଥିଲା। ସେ ଭଡ଼ା ଘରେ ରହୁଥିଲେ। କିନ୍ତୁ ଦେଢ଼ ବର୍ଷ ଧରି ଅସୁସ୍ଥତା କାରଣରୁ ସେ ସିକ୍‌ ଲିଭ୍‌ରେ ଥିଲେ। ବର୍ତ୍ତମାନ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ବର୍ତ୍ତମାନ ଏଡିଆର ଅଧୀନରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.