ତୃତୀୟ ଏକଦିବସୀୟରେ ରିଷଭ ପନ୍ତ ରେକର୍ଡ କରିବା ପରେ କଲେ ଏମିତି ଏକ ହରକତ, ଭାଇରାଲ ହେଉଛି ଭିଡିଓ

ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକ ଦିବସୀୟ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି । ଦେଶର ଏହି ବିଜୟରେ ମୁଖ୍ୟ ଭୂମିକା ନିଭେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କ ଯୋଡି । ଏହି ଦୁହିଁଙ୍କ ମଧ୍ୟର ଭାଗିଦାରୀତା ଭାରତକୁ ଏମିତି ଏକ ଦମଦାର ବିଜୟ ହାସଲ କରିବାରେ ସାହାଯ୍ୟ କରିଛି । ଯେଉଁଥିରେ ଋଷଭ ୧୧୩ ବଲରେ ୧୨୫ ରନ ସ୍କୋର କରି ଅପରାଜିତ ଥିଲେ । କହିରଖିବା ଉଚିତ ହେବକି ଏହା ହେଉଛି ଋଷଭଙ୍କ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପ୍ରଥମ ଏକଦିବସୀୟ ଶତକ । ଆଉ ନିଜର ଏହି ପ୍ରଦର୍ଶନ ପାଇଁ ହୁଏତ ରିଷଭ ସବୁଦିନ ପାଇଁ ମନେରହିବେ । ଏହି ମ୍ୟାଚର ଆଉ ଏଜ ବିଶେଷତା ହେଉଛିକି ଋଷଭଙ୍କ ଚେଷ୍ଟାରେ ଖେଳ ସମୟ ପୂର୍ବରୁ ସାରିବା ସହିତ ପୋଡିୟମରେ ମହଜୂତ ଥିବା ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିପାରିଥିଲା । କାଲିର ମ୍ୟାଚ ଯିଏ ବି ଦେଖିଥିବେ ନିଶ୍ଚିତ ରୂପେ କେବେ ବି ଭୁଲିପାରିବେ ନାହିଁ ।

 

 

ଖାଲି ସେତିକି ନୁହେଁ ଗତକାଲି ଭାରତର ଦମଦାର ବିଜୟ ପରେ ପିଚରେ ମଜାଦାର ଘଟଣାମାନ ଦେଖିବାକୁ ମିଳିଥିଲା । ଜିତିବା ଖୁସିରେ ଚିରାଚରିତ ଢଙ୍ଗରେ ସାମ୍ପିୟନ ବୋତଲ ଆଣି ଖୋଲାଯାଇଥିଲା । ପୁରା ଟିମ ଉତ୍ସବ ପାଳନରେ ମଜ୍ଜି ରହିଥିଲେ । ଘରୋଇ ମାଟିରେ ଗୋଟେ ଦଳକୁ ହରାଇବା କିଛି କମ କଥା ନୁହେଁ । ଏହି ପୁରା ଇନିଂସର ହିରୋ ଥିଲେ ଋଷଭ ପନ୍ତ । ଯାହା ପରେ ଟିମ ଇଣ୍ଡିଆ ସ୍ୟାମ୍ପେନ ବୋତଲ ଖୋଲି ଉତ୍ସବ ପାଳନ କରିଥିଲେ । ଭାରତୀୟ ଖେଳାଳି ମାନେ ନିଜ କ୍ୟାପଟେନ ରୋହିତ ଶର୍ମାଙ୍କୁ ସାମ୍ପେନରେ ସମ୍ପୂର୍ଣ୍ଣ ରୂପେ ଗାଧୋଇ ଦେଇଥିଲେ । ଆଉ ଏମଧ୍ୟରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା । ଗୋଟେ ବୋତଲ ଉଠାଇ ପୂର୍ବ କୋଚ ରବି ଶାସ୍ତ୍ରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ଯାଇ ପହଂଚି ଯାଇଥିଲେ । ପାଖକୁ ଯାଇ ରବି ଶାସ୍ତ୍ରୀଙ୍କୁ କୁଣ୍ଢାଇ ବୋତଲ ଟିକୁ ଦେଇଦେଇଥିଲେ । ଯାହାର ଏକ ଭିଡିଓ ବି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ଯାହାର ଫ୍ୟାନ୍ସ ମାନେ ଭରପୁର ମଜା ଉଠାଇ କମେଣ୍ଟସ ବି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.