ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ୨୦୨୪ ଆଇପିଏଲକୁ ଫେରୁଛନ୍ତି ପନ୍ତ

ରିଷଭ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ, ଆଇପିଏଲ ୨୦୨୩, ଟେଷ୍ଟ ଚାମ୍ପିଅନସିପ ଫାଇନାଲ, ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପରୁ ବାଦ୍‌ ପଡିଥିଲେ । ହେଲେ ଏବେ ୨୦୨୪ରେ ପନ୍ତ ମଇଦାନକୁ ଫେରିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ମଇଦାନକୁ ଫେରିପାରନ୍ତି ରିଷଭ ପନ୍ତ । ପନ୍ତଙ୍କ ଫିଟନେସ ଭିଡିଓ ଭାଇରଲ ହେଉଥିବା ଭିଡିଓରୁ ଅନୁମାନ କରୁଛନ୍ତି ଫ୍ୟାନ୍ସ । ୨୦୨୪ ଆରମ୍ଭରୁ ଖେଳିପାରନ୍ତି ପନ୍ତ । ରିଷଭ ପନ୍ତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ନିଜର ଫିଟନେସ ପ୍ରମାଣ ଦେଉଛନ୍ତି ପନ୍ତ ।

ରିଷଭ ପନ୍ତଙ୍କ ପାଇଁ ୨୦୨୩ ପୁରା ଖରାପ ଥିଲା । ରିଷଭ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ, ଆଇପିଏଲ ୨୦୨୩, ଟେଷ୍ଟ ଚାମ୍ପିଅନସିପ ଫାଇନାଲ, ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପରୁ ବାଦ୍‌ ପଡିଥିଲେ । ହେଲେ ଏବେ ୨୦୨୪ରେ ପନ୍ତ ମଇଦାନକୁ ଫେରିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ତାଙ୍କର ଏହି ଭାଇରଲ ଭିଡିଓ ଦେଖିବା ପରେ ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରୁଛି ।

ଏହି ଭିଡିଓରେ କ୍ୟାପସନ ଦେଇ ପନ୍ତ ଲେଖିଛନ୍ତି, ହର୍‌ ରେପ୍‌ ସହିତ ବାଉନ୍ସ ବ୍ୟାକ୍‌ କରୁଛି । ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

ପନ୍ତ ଆଇପିଏଲ ୨୦୨୪ରେ ଖେଳିବେ ବୋଲି ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ସୌରଭ ଗାଙ୍ଗୁଲି କହିଛନ୍ତି । ତେବେ ଭାରତୀୟ ଟିମକୁ ପନ୍ତ କେବେ ଫେରିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.