କନିଆକୁ ନେବା ପାଇଁ ହେଲିକାପ୍ଟରରେ ପହଞ୍ଚିଲା ବର, ଗାଁ ଉପରେ ନେଲା ୭ ଫେରା

ବିହାରର ଜହାନାବାଦରେ ଏଭଳି ଏକ ଭିନ୍ନ ବିବାହର ମାମଲା ସାମ୍ନାକୁ ଆସିଛି । ବିବାହ ପାଇଁ ବର ହେଲିକାପ୍ଟଟରରେ ପହଞ୍ଚିଥିଲା, କିନ୍ତୁ ସ୍ଥାନୀୟ ପ୍ରଶାସନ ଲ୍ୟାଣ୍ଡିଂ ପାଇଁ ଅନୁମତି ନଦେବାରୁ ବର କିଛି ଭିନ୍ନ ଉପାୟ ଆପଣାଇଲା । ବର ବିବାହର ୭ ଫେରା ନେବା ପାଇଁ ଗାଁ ଉପରେ ହେଲିକାପ୍ଟରକୁ ୭ ଥର ବୁଲାଇଥିଲା ।

ବିବାହକୁ ନେଇ ଅନେକ ଲୋକ ଅନେକ ସ୍ୱପ୍ନ ଦେଖନ୍ତି । କିଛି ଲୋକ ବିବାହ ପାଇଁ ଘୋଡ଼ାରେ ଯାଆନ୍ତି ତ କିଛି ଲୋକ କାରରେ ଯାଆନ୍ତି । କିନ୍ତୁ ନିଜ କନିଆକୁ ଆଣିବା ପାଇଁ ବର ହେଲିକାପ୍ଟରରେ ଯିବା କଥା ଆପଣ ହୁଏତ କେବେ ଜାଣିନଥିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ ଜଣେ ବର ନିଜ କନିଆକୁ ନେବା ପାଇଁ ହେଲିକାପ୍ଟରରେ ଆସିଥିଲେ । ଖାଲି ହେଲିକାପ୍ଟରରେ ଆସିଥିଲେ ତାହା ନୁହେଁ କନିଆକୁ ନେବା ପାଇଁ ବିବାହରେ ଯେପରି ୭ ଫେରା ନିଆଯାଏ ଠିକ ସେହିପରି ଗାଁ ଉପରେ ହେଲିକାପ୍ଟରକୁ ୭ ଥର ବୁଲାଇଥିଲେ । ଯେଉଁ ଘଟଣା ଏବେ ସାରା ଭାରତରେ ହଇଚଇ ସୃଷ୍ଟି କରିଛି ।

ବିହାରର ଜହାନାବାଦରେ ଏଭଳି ଏକ ଭିନ୍ନ ବିବାହର ମାମଲା ସାମ୍ନାକୁ ଆସିଛି । ବିବାହ ପାଇଁ ବର ହେଲିକାପ୍ଟଟରରେ ପହଞ୍ଚିଥିଲା, କିନ୍ତୁ ସ୍ଥାନୀୟ ପ୍ରଶାସନ ଲ୍ୟାଣ୍ଡିଂ ପାଇଁ ଅନୁମତି ନଦେବାରୁ ବର କିଛି ଭିନ୍ନ ଉପାୟ ଆପଣାଇଲା । ବର ବିବାହର ୭ ଫେରା ନେବା ପାଇଁ ଗାଁ ଉପରେ ହେଲିକାପ୍ଟରକୁ ୭ ଥର ବୁଲାଇଥିଲା । ଏହା ପରେ ଏୟାରପୋର୍ଟ ରାସ୍ତାରେ ବର ଓ କନିଆକୁ ଜାମସେଦପୁରକୁ ପଠା ଯାଇଥିଲା । ଏଭଳି ଆଶ୍ଚର୍ଯ୍ୟ ଘଟଣା ଘୋଷି ଥାନା ଅଞ୍ଚଳ ମୋହଦୀପୁର ଗାଁର ବୋଲି ଜଣା ପଡ଼ିଛି ।

ସୂଚନାନୁସାରେ ମୋହଦୀପୁର ଗାଁର ବାସିନ୍ଦା ରାମାନନ୍ଦ ଦାସ ନିଜ ଡାକ୍ତର ଝିଅ ମେଘା ରାନୀଙ୍କ ବିବାହ ନଭେମ୍ବର ୨୭ରେ ବୋଧ ଗୟାସ୍ଥିତ ଏକ ହୋଟେଲରେ ରଖିଥିଲେ । ଜାମସେଦପୁର ନିବାସୀ ବିବେକ କୁମାରଙ୍କ ସହ ଝିଅର ବିବାହ ସ୍ଥିର ହୋଇଥିଲା । ବିବାହ ସମାରୋହ ପରେ ବର ଓ କନିଆ ସମେତ ସମଗ୍ର ପରିବାର ମହୋଦଦୀପୁର ଗାଁକୁ ଆସିଥିଲେ । ଏଥି ସହିତ ପରଦିନ ଝିଅକୁ ହେଲିକାପ୍ଟର ଯୋଗେ ବିଦା କରିବା ପାଇଁ ଯୋଜନା ହୋଇଥିଲା । ବିବାହ ପରେ ଝିଅକୁ ହେଲିକାପ୍ଟରରେ ବିଦା କରିବା ପାଇଁ ରାମାନନ୍ଦ ଦାସ ଏବଂ ତାଙ୍କ ସ୍ତ୍ରୀ ରାଜକୁମାରୀଙ୍କର ଏକ ସ୍ୱପ୍ନ ଥିଲା । ଏଥିପାଇଁ ସେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ହେଲିକାପ୍ଟର ବୁକ୍ କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ହେଲିକାପ୍ଟରକୁ ଲ୍ୟାଣ୍ଡିଂ କରିବାକୁ ଅନୁମତି ଦେଇନଥିଲା । ୮ ଲକ୍ଷ ଖର୍ଚ୍ଚ କରି ହେଲିକାପ୍ଟ ର ବୁକ୍‌ କରିଥିଲେ ମଧ୍ୟ ଝିଅ ହେଲିକାପ୍ଟରରେ ଯାଇ ପାରିବ ନାହିଁ ଶୁଣିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ସମୟରେ ବର ମୁଣ୍ଡକୁ ଏକ ବୁଦ୍ଧି ଆସିଥିଲା । ତେଣୁ ସେ ତୁରନ୍ତ ଗାଁ ଉପରେ ହିଁ ହେଲିକାପ୍ଟରକୁ ୭ ଥର ବୁଲାଇଥିଲା । ଏହା ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ ଘଟଣାସ୍ଥଳରେ ଉପସ୍ଥିତ ହୋଇଥିଲେ । କିଛି ଲୋକ ଘଟଣାର ଭିଡିଓ କରିବାକୁ ଲାଗିଥିଲେ ।

ହେଲିକାପ୍ଟରକୁ ଗୟା ବିମାନବନ୍ଦରରୁ ନିଆଯାଇ ମୋହଦୀପୁର ଗାଁ ଉପରେ ସାତଥର ବୁଲା ଯାଇଥିଲା । ପରେ ବର ଏବଂ କନିଆକୁ ବିମାନବନ୍ଦରରୁ ଜାମସେଦପୁରକୁ ପଠା ଯାଇଥିଲା । ଏଭଳି ଭିନ୍ନ ବିବାହକୁ ନେଇ ବର୍ତ୍ତମାନ ସବୁଆଡେ ଆଲୋଚନା ହେଉଛି । ବର୍ତ୍ତମାନ ବିବାହକୁ ନେଇ ଲୋକମାନେ କିଛି ଭିନ୍ନ ଉପାୟ ଆପଣାଇବାକୁ ଚାହୁଁଛନ୍ତି । ତେଣୁ ଏହି ଦମ୍ପତ୍ତି ମଧ୍ୟ ବିବାହରେ ଏଭଳି ଭିନ୍ନ ଉପାୟ ଆପଣାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.