Below header

ଭାଉଜ ଜିତାଇଦେଲେ ମ୍ୟାଚ୍‌, ଋଷଭ ପନ୍ତଙ୍କୁ ଏମିତି କହିଲେ ଫ୍ୟାନ୍ସ

ଗତକାଲି ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀର କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦୁହେଁ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଦିଲ୍ଳୀ ଟିମର ଅଧିନାୟକ ରିଷଭ୍ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷ ଓଭରରେ ରୋଭମନ ପାୱେଲ ଧୂଆଁଦାର ବ୍ୟାଟଂ କରି କୋଲକାତାକୁ ହରାଇଛି। ତେବେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା । ଏହି ମ୍ୟାଚରେ ରିଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ ଈଶା ନେଗି ଏବଂ ଭଉଣୀ ସାକ୍ଷୀ ପନ୍ତଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକତା ନାଇଟ ରାଇଡର୍ସ ମ୍ୟାଚ ସମୟରେ ଅନେକ ଥର ଏହି ଦୁହିଁଙ୍କୁ ଟିଭି ସ୍କ୍ରିନରେ ଦେଖିବାକୁ ମିଳିଥିଲା। କୋଲକତା ନାଇଟ ରାଇଡର୍ସର କୌଣସି ଖେଳାଳି ଆଉଟ୍‌ ହେବା ମାତ୍ରେ ଦୁହେଁ ନାଚିଉଠୁଥିଲେ। ଈଶା ମ୍ୟାଚ ଦେଖିବାକୁ ଆସିଥିବାରୁ ଦିଲ୍ଲୀ ଜିତିଛି ବୋଲି ଫ୍ୟାନ୍ସ କହିଛନ୍ତି।

ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା, ଉଭୟଙ୍କୁ ଟିଭି କ୍ୟାମେରାରେ ସେମାନଙ୍କୁ କଏଦ କରାଯାଇଥିଲା । ଈଶା ନେଗି ଏବଂ ସାକ୍ଷୀ ପନ୍ତ ଏକାଠି ବସି ପରସ୍ପର ସହ କଥା ହେଉଥିଲେ । ରିଷଭ ଏବଂ ତାଙ୍କ ଦଳକୁ ସମର୍ଥନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ଫଟୋକୁ ଦେଖି ପ୍ରଶଂସକମାନେ ମଧ୍ୟ ଟ୍ଵିଟ୍‌ କରିବା ଆରମ୍ଭ କରି ଦେଇଛନ୍ତି। କିଛି ୟୁଜର୍ସ ଲେଖିଛନ୍ତି ଯେ ଆଜି ଭାଜ ମ୍ୟାଚ୍ ଦେଖିବା ପାଇଁ ଆସିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି କି ଭାଉଜ ଆସିଲେ… ପୁଣି ଲେଡି ଲକ୍ ହୋଇ ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଏବଂ ଇଶା ନେଗି ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ଗତ କିଛିଦିନ ତଳେ ରିଷଭ ତାଙ୍କ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ । ଯାହା ଖୁବ୍ ଭାଇରଲ ହୋଇଥିଲା। ଏହି ସମୟରେ ରିଷଭଙ୍କ ପୋଷ୍ଟରେ ଈଶା ନେଗି ମଧ୍ୟ ପ୍ରତିକ୍ରିୟା ଦେଇ ପନ୍ତଙ୍କୁ ଆଇ ଲଭ ୟୁ ମଧ୍ୟ କହିଥିଲେ । ଯାହା ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିଲା।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍‌ ୪ ଓ୍ଵିକେଟରେ ବିଜୟୀ । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଯାଦୁକରୀ ସ୍ପିନ ବୋଲିଂ କରି କୁଲଦୀପ ଯାଦବ ଦିଲ୍ଲୀ କ୍ୟାପିଟାଲସକୁ ବିଜୟୀ କରାଇଛନ୍ତି । ଦିଲ୍ଲୀ ୪ ଓ୍ଵକେଟରେ ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାଇଟ ରାଇଡର୍ସ ୯ ଓ୍ଵିକେଟରେ ୧୪୬ ରନ ସଂଗ୍ରହ କରିଥିଲା । ଜବାବରେ କ୍ୟାପିଟାଲସ୍‌ ୧୯ ଓଭରରେ ୬ ଓ୍ଵିକେଟ ହରାଇ ଆବଶ୍ୟକ ରନ କରିନେଇଥିଲା । କୁଲଦୀପ ମାତ୍ର ୧୪ ରନରେ ୪ଟି ଓ୍ଵକେଟ ନେଇଥିଲେ । ପଏଣ୍ଟ ଟେବୁଲର ଶର୍ଷରେ ଗୁଜରାଟ ରହିଛି । ଦିଲ୍ଲୀ କ୍ୟାପିଟାଲସ ୮ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.