କେନ୍ଦୁଝର: ହାଇଓ୍ବା ପଛରେ ଧକ୍କା ଦେଲା ବାଇକ୍, ଆରୋହୀ ମୃତ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦର ପୁର ନିକଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରାସ୍ତା ଉପରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ଧକ୍କା ଦେଇ ଜଣେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ମହିଁଷାମୁଣ୍ଡି ଗ୍ରାମର ଦୀନବନ୍ଧୁ ମୁଣ୍ଡା(୪୫) ବୋଲି ଜଣାପଡିଛି ।

ସେ ବଡଗମ୍ଭାରିଆ ହାଟରୁ ଲୁନା ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଶ୍ୟାମସୁନ୍ଦର ପୁର ନିକଟ ରାସ୍ତା ଉପରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଛିଡା ହୋଇଥିବା ହାଇଓ୍ବା ପଛରେ ତାଙ୍କର ଧକ୍କା ହୋଇଥିଲା । ତାଙ୍କ ମୁଣ୍ଡ ଓ ଛାତି ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.