ଦେଶରେ ଉପରମୁହାଁ କରୋନା କେସ୍‌; ୨୪ ଘଣ୍ଟାରେ ୩ହଜାର ୩୭୭ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା କେସ୍‌। କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩ ହଜାର ୩୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୦ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ସୁସ୍ଥ ହୋଇଛନ୍ତି ୨ହଜାର ୪୯୬। ଆକଟିଭ୍‌ କେସ୍‌ ୧୭ହଜାର ୮୦୧କୁ ବୃଦ୍ଧି ପାଇଛି। ପଜିଟିଭ୍‌ ରେଟ୍‌ ରହିଛି ୦. ୭୧ ପ୍ରତିଶତ।

ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୭ ହଜାର ୮୦୧ । ସେହିପରି ଦୈନିକ ସଂକ୍ରମଣ ହାର ଶୂନ ଦଶମିକ ୭୧ ପ୍ରତିଶତରେ ପହଞ୍ଚିଛି । ସାପ୍ତାହିକ ସଂକ୍ରମଣ ହାର ଶୂନ ଦଶମିକ ୬୩ ପ୍ରତିଶତ ହୋଇଛି । ଏବେ ଦେଶରେ ଆରୋଗ୍ୟ ହାର ରହିଛି ୯୮ ଦଶମିକ ୭୪ ପ୍ରତିଶତ । ଅନ୍ୟପଟେ ଗତ ୨୪ ଘଂଟାରେ ୨୨ ଲକ୍ଷ ୮ ହଜାର ୭୪୩ ଡୋଜ ଟିକା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.