ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା, ସେୟାର କଲେ ପୋଷ୍ଟ

ମୁଁ ଚୁପ୍‌ ରହିଛି କାରଣ ମୋତେ କିଛି ଫରକ ପଡୁନି । ସୋଏବଙ୍କ ସହିତ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ସମସ୍ତଙ୍କ ମୁହଁ ଚୁପ୍‌ କରିଦେଇଛନ୍ତି ସାନିଆ ।

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ପୁଣି ଥରେ ଛାଡପତ୍ର ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି । ସାନିଆଙ୍କ ଛାଡପତ୍ର ସୋଏବଙ୍କ ସହିତ ହୋଇଥିବା ନେଇ ଖବର ଚର୍ଚ୍ଚା ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।
ସାନିଆ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ଯଦି ସତ ହୋଇଥାନ୍ତା, ତେବେ ମୋତେ ଫରକ ପଡିଥାନ୍ତି । ଆଉ ଯଦି ମୁଁ ଚୁପ୍‌ ରହିଛି, ତେବେ ମୋତେ କୌଣସି ଫରକ ପଡିନାହିଁ । ତେବେ ସାନିଆଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି ।

ଏମାନଙ୍କ ଭିତରେ ସବୁକିଛି ଠିକ ନଥିବା ଫ୍ୟାନ୍ସ ଆକଳନ କରୁଛନ୍ତି । ସେଥିପାଇଁ ଫ୍ୟାନ୍ସ ଦୁହିଁଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରି ରହିଛନ୍ତି ।

ଖବର ମୁତାବକ, ସାନିଆ ଏବଂ ସୋଏବ ଏବେ ପରସ୍ପର ଠାରୁ ଅଲଗା ରହୁଛନ୍ତି । ସୋଏବ ପାକିସ୍ତାନରେ ରହୁଥିବା ବେଳେ ସାନିଆ ଦୁବାଇରେ ପୁଅ ଇଜହାନଙ୍କ ସହିତ ରହୁଛନ୍ତି । ପୂର୍ବରୁ ୨୦୨୨ ସୋଏବ ଏବଂ ସାନିଆଙ୍କ ଛାଡପତ୍ର ହୋଇଯାଇଛି ବୋଲି ଖବର ଆସିଥିଲା । ଏହି ଖବର ପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ ।

ସୂଚନାଯୋଗ୍ୟ, ନିକଟରେ ସାନିଆଙ୍କୁ ଅନ୍ତରଙ୍ଗ ବନ୍ଧୁ ପରିଣୀତି ଚୋପ୍ରାଙ୍କ ବିବାହରେ ଦେଖିବାକୁ ମିଳିଥିଲା । ପରିଣୀତିଙ୍କ ବିବାହକୁ ସାନିଆ ଏକା ଆସିଥିଲେ ।

 

View this post on Instagram

 

A post shared by Sania Mirza (@mirzasaniar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.