ବାନ୍ଧବୀ ମିଥାଲି ପାରୁଲକରଙ୍କ ସହିତ ଶାରଦୁଲ ଠାକୁରଙ୍କ ନିର୍ବନ୍ଧ ଶେଷ, ବର୍ଷେ ପରେ ହେବ ବିବାହ

ଇଣ୍ଡିଆନ କ୍ରିକେଟ ଟିମର ଦ୍ରୁତ ବୋଲର ଶାରଦୁଲ ଠାକୁରଙ୍କର ତାଙ୍କ ଦୀର୍ଘ ଦିନର ବାନ୍ଧବୀ ମିଥାଲି ପାରୁଲକରଙ୍କ ସହିତ ନିର୍ବନ୍ଧ ଶେଷ ହୋଇଛି । ଦୀର୍ଘ ଦିନ ହେବ ପରସ୍ପର ସହିତ ସମ୍ପର୍କରେ ରହିବା ପରେ ସେମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ନିଷ୍ପତ୍ତି ନେଇଛନ୍ତି । ସୋମମବାର ଅର୍ଥାତ ମୁମ୍ବାଇ କ୍ରିକେଟ ଆସୋସିଏସନ ପରିସରରେ ଖୁବ ସାଧାସିଧା ଭାବରେ ସେମାନଙ୍କ ନିର୍ବନ୍ଧ ଶେଷ ହୋଇଥିବା ନେଇ ଖବର ମିଳିଛି । ଏହି ଉତ୍ସବରେ ଦୁହିଁଙ୍କ ପକ୍ଷରୁ ପାଖାପାଖି ୭୫ ଜଣ ଖୁବ ନିକଟସ୍ଥ ବନ୍ଧୁ ବାନ୍ଧବୀଙ୍କୁ ହିଁ ଡକାଯାଇଥିଲା । ଶୁଣାଯାଉଛିକି ନିର୍ବନ୍ଧ ହେବାର ପ୍ରାୟ ଏକ ବର୍ଷ ପରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି ୨୦ ବିଶ୍ୱକପର ଠିକ ପରେ ଦୁହେଁ ବିବାହ କରିବେ । କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଶାରଦୁଲ ଏଯାବତ ୪ ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୧୫ଟି ଦିନିକିଆ ଓ ୨୪
ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଆଉ ଏଭିତରେ ସେ ଟେଷ୍ଟରୁ ୧୪ଟି, ଦିନିକିଆରେ ୨୨ଟି ଓ ଟି ୨୦ରେ ୩୧ ଟି ଵିକେଟ ଅକ୍ତିଆର କରିଛନ୍ତି । ଏହା ବ୍ୟତୀତ ସେ ଆଇପିଏଲରେ ୬୧ଟି ମ୍ୟାଚ ଖେଳି ୬୭
ଟି ଵିକେଟ ହାସଲ କରିଛନ୍ତି । ଏଥିରେ ତାଙ୍କର ଅଭେରେଜ ହାର ୨୭.୮୬ ଥିବା ବେଳେ ସ୍ଟ୍ରାଇକ ରେଟ ୧୮.୮୧ ରହିଛି ।

୩୩ ବର୍ଷ ବୟସ୍କ ଏହି ଯୁବ ଖେଳାଳି ଶେଷ ଥର ପାଇଁ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଟି ୨୦ ବିଶ୍ୱକପରେ ଦେଖାଦେଇଥିଲେ । ଏହି ଟୁର୍ନାମେଣ୍ଟରେ ୨ଟି ମ୍ୟାଚ ଖେଳିବା ନେଇ ସୁଯୋଗ ପାଇଥିବା ବେଳେ ଗୋଟିଏ ବି ଵିକେଟ ହାସଲ କରିପାରିନାହାନ୍ତି । ବର୍ତ୍ତମାନ ସମୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଟି୨୦ ଓ ଟେଷ୍ଟ ସିରିଜରେ ଠାକୁର ସାମିଲ ହୋଇନାହାନ୍ତି । ଆସନ୍ତା ଡିସେମ୍ବର ୬ ତାରିଖରେ ଆରମ୍ଭ ହେବାକୁ ଥିବା ସାଉଥ ଆଫ୍ରିକା ବିପକ୍ଷରେ ଗ୍ରୁପ -ଏ ସ୍ୱାର୍ଡରେ ସାମିଲ ହେବାକୁ ଅନ୍ୟ ଖେଳାଳିଙ୍କ ସହ ସାଉଥ ଆଫ୍ରିକା ଗସ୍ତରେ ଯିବେ ଶାରଦୁଲ ଠାକୁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.