ୱେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ

 ନୂଆଦିଲ୍ଲୀ :  ହ୍ରାଇଦ୍ରାବାଦରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟକୁ ୧୦ଓ୍ଵିକଟରେ ଜିତି ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ । ହ୍ରାଇଦ୍ରାବାଦ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା େଓ୍ଵଷ୍ଟଇଣ୍ଡିଜ । ଦଳ ପ୍ରଥମ ଇନିଂସରେ ୩୧୧ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ଭାରତ ୩୬୭ରନ୍‌ କରି ୫୬ରନ୍‌ର ଲିଡ୍‌ ନେଇଥିଲା ।

ସେହିଭଳି କାରବିୟନ ଟିମ୍‌ ଦ୍ୱିତୀୟ ଇନିଂସରେ ୧୨୭ରନ୍‌ରେ ଅଲଆଉଟ ହେବା ଫଳରେ ଭାରତ ସାମ୍ନାରେ ମାତ୍ର ୭୨ରନ୍‌ର ଛୋଟିଆ ଟାର୍ଗେଟ ଥିଲା । ଯାହାକୁ ଦୁଇ ଓପନର କେ.ଏଲ ରାହୁଲ ଏବଂ ପୃଥୀ ସ ଅନାୟସରେ ହାସଲ କରିନେଇଥିଲେ । ପ୍ରଭାବୀ ବୋଲିଂ କରି ୧୦ଓ୍ଵିକେଟ ହାସଲ କରିଥିବା ଉମେଶ ଯାଦବ ମେନ ଅଫ ଦି ମ୍ୟାଚ ହୋଇଛନ୍ତି ।

Cricket

ପୂର୍ବରୁ ରାଜକୋଟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୨୭୨ରନର ବଡ ବ୍ୟବଧାନରେ ଜିତିଥିଲା । ଏହି ସିରିଜ ବିଜୟ ପରେ ପଏଣ୍ଟରେ ଉନ୍ନତି ଆଣି ଭାରତ ଟେଷ୍ଟ ର‍୍ୟାଙ୍କିଂରେ ନିଜର ଏକ ନମ୍ବର ସ୍ଥାନ ସୁରକ୍ଷିତ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.