ଛୋଟ ଗବ୍ଦର ଜୋରାବର ପିତା ଶିଖର ଧଓ୍ଵନଙ୍କୁ କାନ୍ଧ ଉପରେ ଚଢ଼ି ପିଟିଲେ, ଦେଖନ୍ତୁ ନିଜକୁ ବଞ୍ଚାଇବାକୁ କ’ଣ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଭାରତୀୟ କ୍ରିକେଟ୍‌ ଟିମ୍‌ର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଏବେ ପୂରା ଫିଟ୍‌ ଅଛନ୍ତି। ଏଣୁ ଆଗାମୀ ଜାନୁୟାରୀରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ସହ ଖେଳିବାକୁ ଥିବା ସିରିଜ୍‌ରେ ସେ ଅଂଶଗ୍ରହଣ କରିବେ। ନିକଟରେ ଧଓ୍ଵନ ରଣଜୀ ଟ୍ରଫିରେ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ଧଓ୍ଵନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଭିଡିଓରେ ଧଓ୍ଵନ ନିଜ ପୁଅ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଶିଖର ଶୋଇଛନ୍ତି ଓ ପୁଅ ଜୋରାବର ତାଙ୍କୁ ପିଟୁଛନ୍ତି। ପ୍ରଥମେ ଜୋରାବର ହାତରେ ନିଜ ଦମ୍‌ ଦେଖାଉଛନ୍ତି କିନ୍ତୁ ପରେ ସେ ଧଓ୍ଵନ୍‌ଙ୍କ କାନ୍ଧରେ ଚଢ଼ିଯାଉଛନ୍ତି ଓ ମୁଣ୍ଡକୁ ଗୋଡ଼ରେ ମାରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଧଓ୍ଵନ୍‌ ନିଜକୁ ବଞ୍ଚାଉଥିବା ନଜର ଆସିଛି। ତେବେ ଏସବୁ ମସ୍ତିରେ ଚାଲିଥିଲା।

ଏହି ଭିଡିଓକୁ ସେୟାର କରି ଧଓ୍ଵନ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି ମୋ ହେଡ୍‌ କୋଚ୍‌ ମତେ ଖେଳିବାକୁ ପ୍ରେରିତ କରିଥାଏ। ଗବ୍ଦରକୁ କେବଳ ଛୋଟ ଗବ୍ଦର ହିଁ ମାରିପାରିବ। ଜୋରାବର ଓ ମୋ ପତ୍ନୀ ଆୟେଶା ମତେ ଦେଖାହେବାକୁ ଆସିଛନ୍ତି। ପରିବାର ସହ କ୍ୱାଲିଟି ସମୟ ବିତାଇ ମୁଁ ବହୁତ ଖୁସି ଅଛି।

ସୂଚନାଯୋଗ୍ୟ ଯେ, ଧଓ୍ଵନ ଆଘାତ ଯୋଗୁ ଚଳିତବର୍ଷ ମଝିରେ ମଝିରେ ଶିଖର ଖେଳରୁ ବିରତି ନେଉଥିଲେ। ବିଶ୍ୱକପ୍‌ ବେଳେ ଆଘାତ ଲାଗିବା କାରଣରୁ ସେ ଖେଳରୁ ଭିତର ବାହାର ହେଉଥିଲେ। ତେବେ ବର୍ତ୍ତମାନ ରଣଜୀ ଟ୍ରଫିରେ ସେ ଦିଲ୍ଲୀ ପାଇଁ ଖେଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.