ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ, ସାଉଥ ଆଫ୍ରିକାରେ ନେଲେ ଜଙ୍ଗଲ ସଫାରୀ ମଜା

ଭାଇରଲ ହେଉଛି ଭାରତୀୟ ଟିମର ପ୍ରିନ୍ସ ଗିଲଙ୍କ ସେଲଫି । ସେଲଫି ପୁଣି ସିଂହ ସହିତ । ଏହାକୁ ଦେଖି ଫ୍ୟାନ୍ସ ବେଶ୍‌ ପ୍ରଶଂସା କରୁଛନ୍ତି । ଭାରତୀୟ ଟିମର ଖେଳାଳି ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି ।

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମର ଖେଳାଳି ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି । ଶୁବମନ ଗିଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି ।

ଗିଲ୍‌ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଶୁବମନ ଗିଲ୍‌ ସିଂହ ସହିତ ସେଲଫି ନେଇଛନ୍ତି । ଏହି ଫଟୋ ଦେଖି ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି । ଫଟୋଟି ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Ꮪhubman Gill (@shubmangill)

କେବଳ ଶୁବମନ ଗିଲଙ୍କ ସହିତ ସରଫରାଜ ଖାନ ମଧ୍ୟ ଜଙ୍ଗଲ ସଫାରୀର ମଜା ନେଉଛନ୍ତି । ସରଫରାଜ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଛନ୍ତି । ସୂଚନାଯୋଗ୍ୟ, ସରଫରାଜ ଭାରତ-ଏ ଟିମ୍‌ ପାଇଁ ଖେଳୁଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତାକାଲିରୁ ଟିମ୍‌ ସାଉଥ ଆଫ୍ରିକା ସହିତ ଟେଷ୍ଟ ସିରିଜ ଖେଳିବ । ଭାରତୀୟ ଟିମ୍‌ ସାଉଥ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜି ଜିତିନି । ତେବେ ଏପରି ସ୍ଥଳେ ଟିମ୍‌ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ।

ବିଶ୍ୱକପ ୨୦୨୩ ପରାଜୟ ପରେ ପ୍ରଥମ ଥର ପାଇଁ କୋହଲି ଏବଂ ରୋହିତ ଶର୍ମା କ୍ରିକେଟ ମଇଦାନରେ ନଜର ଆସିବେ । କୋହଲି ଏବଂ ରୋହିତଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି । ଭାରତୀୟ ଟିମ୍‌ ବିଶ୍ୱକପ ଟାଇଟଲ ଜିତିପାରିଲାନି ସତ କିନ୍ତୁ ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଜିତି ଇତିହାସ ରଚିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.