ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ନେଟସରେ ଅଭ୍ୟାସ କରୁଥିବାର ନଜର ଆସିଲେ ଶୁବମନ ଗିଲ୍
ବିଶ୍ୱକପରେ ଭାରତର ତୃତୀୟ ମ୍ୟାଚ୍ ପୂର୍ବରୁ ଖୁସି ଖବର । ଟିମର ଓପନର ଶୁବମନ ଗିଲ୍ ଅହମଦାବାଦରେ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ଡେଙ୍ଗୁରେ ପୀଡିତ ହୋଇ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଥିଲେ ଶୁବମନ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଆସନ୍ତା ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଫ୍ୟାନ୍ସଙ୍କ ଉତ୍ସାହ ରହିଛି । ଆଉ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଷ୍ଟାର ଓପନର ଶୁବମନ ଗିଲ । ଡେଙ୍ଗୁ ଯୋଗୁଁ ଶୁବମନ ଦୁଇଟି ଯାକ ବିଶ୍ୱକପ ମ୍ୟାଚରୁ ବାଦ୍ ପଡିଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ରହିଥିଲେ । ହେଲେ ଏବେ ଶୁବମନ ନେଟସରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛନ୍ତି ।
ଡେଙ୍ଗୁରେ ପୀଡିତ ହୋଇ ଶୁବମନ ଗିଲ୍ ହସପିଟାଲରେ ଆଡମିଟ୍ ହୋଇଥିଲେ । ପେଟଲେଟ କମିଯିବାରୁ ତାଙ୍କୁ ହସପିଟାଲରେ ଆଡମିଟ୍ ହେବାକୁ ପଡିଥିଲା । କିଛି ଘଣ୍ଟା ହସପିଟାଲରେ ରହିବା ପରେ ଶୁବମନ ଡିସଚାର୍ଜ ହୋଇଥିଲେ । ତେବେ ଡେଙ୍ଗୁରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିଲେ ମଧ୍ୟ ଶୁବମନ ନେଟ୍ସରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଟିକେ ଆଶ୍ୱସ୍ତି ପାଇଛନ୍ତି । ତେବେ ଶୁବମନ ହସପିଟାଲରେ ଡିସଚାର୍ଜ ହେବା ପରେ ସିଧାସଳଖ ଯାଇ ଅହମଦାବାଦରେ ପହଞ୍ଚିଛନ୍ତି ।
ଆସନ୍ତା ୧୪ ତାରିଖରେ ଭାରତ-ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏଥିପାଇଁ ସବୁକିଛି ପ୍ରସ୍ତୁତ ହୋଇସାରିଛି । ଭାରତ-ପାକିସ୍ତାନ ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ ନିୟୋଜିତ ରହିଛନ୍ତି । ଏନଏସଜି, ରାପିଡ ଆକ୍ସନ ଫୋର୍ସ, ହୋମ ଗାର୍ଡ ଏବଂ ଗୁଜରାଟ ପୋଲିସ ସାମିଲ ରହିଛି ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ । ଏହି ଷ୍ଟାଡିୟମର କ୍ଷମତା ୧.୩୦ ଲକ୍ଷରୁ ଅଧିକ । ଏହି ହାଇ ଭୋଲଟେଜ ମ୍ୟାଚ ପାଇଁ ସବୁ ଟିକେଟ ବିକ୍ରି ସରିଛି । ଏଥିପାଇଁ ଅହମଦାବାଦର ପୋଲିସ କମିଶନର ଜ୍ଞାନେନ୍ଦ୍ର ସିଂ ମଲିକଙ୍କ ମୁତାବକ, ମ୍ୟାଚ ପାଇଁ ୭ ହଜାରରୁ ଅଧିକ ପୋଲିସ କର୍ମୀ ଏବଂ ୪ ହଜାର ହୋମଗାର୍ଡ ଯବାନ ନିୟୋଜିତ ରହିଛନ୍ତି । ଏନଏସଜିର ୩ଟିମ୍ ଏବଂ ଆଣ୍ଟି ଡ୍ରୋନ ଟିମ ରହିଛି । ବୋମା ନିଷ୍କ୍ରିୟକାରୀ ସ୍କ୍ଵାର୍ଡ ସହିତ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ନିୟୋଜିତ ରହିଛି ।