Below header

ରାଜ୍ୟସ୍ତରୀୟ ସଫ୍ଟବଲ୍‌ ଟୁର୍ଣ୍ଣାମେଣ୍ଟ : ମହିଳା ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ , ପୁରୁଷ ବିଭାଗରେ ପ୍ରଥମ ରନର୍ସ ଅପ ହୋଇଛି କିଟ୍‌

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟସ୍ତରୀୟ ସଫ୍ଟବଲ୍‌ ଟୁର୍ଣ୍ଣାମେଣ୍ଟରେ କିଟ୍‌ ବିଶ୍ୱବିଦ୍ୟାଳୟର ଦମଦାର ପ୍ରଦର୍ଶନ । ମହିଳା ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‌ ହୋଇଛି । ସେହିପରି ପୁରୁଷ ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ରନର୍ସ ଅପ ହୋଇଛି । ୨୧ ତାରିଖରୁ ଚାଲିଥିବା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୯ ଜିଲ୍ଲାର ୫୦୦ ଖେଳାଳୀ ଭାଗ ନେଇଥିଲେ । ମହିଳା ବିଭାଗରେ ସୁନ୍ଦରଗଡ ପ୍ରଥମ ରନର୍ସ ଅପ, ରାଉରକେଲା ଦ୍ୱିତୀୟ ରନର୍ସ ଅପ ହୋଇଥିବା ବେଳେ କିଟ୍‌ ବିଶ୍ୱବିଦ୍ୟାଳୟ ହୋଇଛି । ସେହିପରି ପୁରୁଷ ବିଭାଗରେ ଭୁବନେଶ୍ୱର ଦଳ ଚାମ୍ପିଅନ୍‌ ହୋଇଛି । କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ରନର୍ସ ଅପ୍‌ ଓ ରାୟଗଡା ଦ୍ୱିତୀୟ ରନର୍ସ ଅପ୍‌ ଭାବେ ପରସ୍କୃତ ହୋଇଛନ୍ତି । ଜିଲ୍ଲା ସଫ୍ଟବଲ ସଂଘ ପକ୍ଷରୁ ଆୟୋଜିତ କାର‌୍ୟ୍ୟକ୍ରମର ଉଦଯାପନୀ ଉତ୍ସବରେ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.